ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ୱର ମାସରେ କେନ୍ଦ୍ର ସରକାର ଆଣିଥିବା ତିନି କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ ପାଳନ ହେଉଛି। ଚାଷୀ ସଂଘ ଓ ୧୮ଟି ରାଜନୀତିକ ଦଳ ମିଶି ଭାରତ ବନ୍ଦ ପାଇଁ ଡାକରା ଦେଇଥିଲେ। ଯେଉଁଥିରେ ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ମଧ୍ୟ ରହିଛି।
ଆପ୍ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଦିଲ୍ଲୀ ପୁଲିସ ଦ୍ୱାରା କେନ୍ଦ୍ର ସରକାର ଗୃହବନ୍ଦୀ କରି ରଖିଥିବା ଆପ୍ ଅଭିଯୋଗ ଆଣିଛି। କେଜ୍ରିଓ୍ୱାଲ ଗତକାଲି ଚାଷୀଙ୍କ ଧାରଣାରେ ଯୋଗଦେଇ ଘରକୁ ଫେରିବା ପରେ ତାଙ୍କ ଘର ବାହାରେ ସୁରକ୍ଷା କର୍ମୀ ଜଗି ରହିଛନ୍ତି। ତାଙ୍କ ଘର ଭିତରକୁ ଯିବା ପାଇଁ କିମ୍ୱା ଘରୁ ବାହାରିବା ପାଇଁ ଅନୁମତି ନାହିଁ ବୋଲି ଆପ୍ ଅଭିଯୋଗ କରିଛି।
କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବାସ ନକଭି କହିଛନ୍ତି, ‘ଚାଷୀଙ୍କଠାରୁ କୌଣସି ଅଭିଯୋଗ ନାହିଁ। କିଛି ଅପରାଧିକ ଷଡଯନ୍ତ୍ରକାରୀ ଭ୍ରମିତ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶ କାର୍ଯ୍ୟରେ ବାଧା ସାଜିବାକୁ ପ୍ରୟାସ କରୁଛନ୍ତି।
ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଶାସକ ଦଳର ମୁଣ୍ଡ ଖରାପ ହୋଇଯାଇଛି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏକାଠି ହୋଇ ଚାଷୀଙ୍କୁ ବୁଝାଇବା ଦରକାର।
ସୂଚନାଯୋଗ୍ୟ, ଆଜିକୁ ମିଶାଇଲେ ୧୩ ଦିନ ହେବ ଚାଷୀ ଆନ୍ଦୋଳନରେ ବସିଛନ୍ତି। ଏହାରି ଭିତରେ ଚାଷୀ ଏବଂ ସରକାରଙ୍କ ସହ ୫ ଥର ବୈଠକ ହୋଇଛି। ହେଲେ କୌଣସି ନିର୍ଯାସ ବାହାରିନି। ୯ ତାରିଖ ମଧ୍ୟ ବୈଠକ ବସିବ ବୋଲି ଜଣାପଡ଼ିଛି।
The post ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗୃହବନ୍ଦୀ! appeared first on Odisha Reporter.
from Odisha Reporter https://ift.tt/36VFOsR
No comments:
Post a Comment