ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ମେଲବର୍ଣ୍ଣ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ଚାରିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିନେଇଛି। ଆୟୋଜକ ଅଷ୍ଟ୍ରେଲିଆ ଚତୁର୍ଥ ଦିନରେ ଭାରତକୁ ୭୦ ରନର ଲକ୍ଷ୍ୟ ଦେଇଥିଲା, ଯାହାକୁ ଭ୍ରମଣକାରୀ ଦଳ ୨ୟ ସେସନରେ ହିଁ ୧୫.୫ ଓଭରରେ ହାସଲ କରିନେଇଛି। ମେଲବର୍ଣ୍ଣ ମଇଦାନରେ ଭାରତର ଏହା ଐତିହାସିକ ବିଜୟ। ଏହି ବିଜୟ ଦ୍ୱାରା ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ହରାଇଥିବା ଆତ୍ମବିଶ୍ୱାସ ହାସଲ କରିଛି।
ବିରାଟ୍ କୋହଲିଙ୍କ ଅନୁପସ୍ଥିତିରେ ନେତୃତ୍ୱ ନେଉଥିବା ଆଜିଙ୍କ୍ୟ ରାହାଣେ ପୂରା ମ୍ୟାଚରେ ଚମତ୍କାର କ୍ୟାପଟେନ୍ସି କରିଥିଲେ। ରଣନୀତିଠାରୁ ବ୍ୟାଟିଂ ପର୍ଯ୍ୟନ୍ତ ସେ କ୍ୟାପଟେନର ଭୂମିକାକୁ ସୂଚାରୁରୂପେ ତୁଲାଇଛନ୍ତି। ମେଲବର୍ଣ୍ଣରେ ବିଜୟ ଓ ରାହାଣେଙ୍କ ପ୍ରଦର୍ଶନ ଆଗରେ ମାଷ୍ଟର ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ଓ ଟିମ୍ ଇଣ୍ଡିଆର ନିୟମିତ କ୍ୟାପଟେନ୍ ବିରାଟ୍ କୋହଲି ମୁଣ୍ଡ ନୁଆଁଇଛନ୍ତି।
What a win this is, absolutely amazing effort by the whole team. Couldn't be happier for the boys and specially Jinks who led the team to victory amazingly. Onwards and upwards from here 💪🇮🇳
— Virat Kohli (@imVkohli) December 29, 2020
କୋହଲି ଟୁଇଟ୍ କରି କହିଛନ୍ତି, ଏହା ଏକ ଚମତ୍କାର ବିଜୟ। ପୂରା ଟିମ୍ ବହୁତ ବଢ଼ିଆ ପ୍ରଦର୍ଶନ କରିଛନ୍ତି। ସାଥୀ ଖେଳାଳି ଖାସ୍ କରି ରାହାଣେଙ୍କ ପାଇଁ ଏହାଠାରୁ ଅଧିକ ଖୁସି ହୋଇପାରିବ ନାହିଁ, ଯିଏ ବିଜୟରେ ଟିମର ଜବରଦସ୍ତ ନେତୃତ୍ୱ ନେଇଛନ୍ତି। ଏହିଠାରୁ ଆଗକୁ ବଢ଼ିବା।
To win a Test match without Virat, Rohit, Ishant & Shami is a terrific achievement.
Loved the resilience and character shown by the team to put behind the loss in the 1st Test and level the series.
Brilliant win.
Well done TEAM INDIA! 👏🏻 #AUSvIND pic.twitter.com/64A8Xes8NF— Sachin Tendulkar (@sachin_rt) December 29, 2020
ସେହିପରି ସଚିନ୍ କହିଛନ୍ତି, ବିରାଟ୍ କୋହଲି, ରୋହିତ୍ ଶର୍ମା, ଈଶାନ୍ତ ଶର୍ମା ଓ ମହମ୍ମଦ ଶାମିଙ୍କ ବିନା ବିଜୟ ହାସଲ କରିବା ବହୁତ ବଡ଼ ଉପଲବ୍ଧି। ପ୍ରଥମ ଟେଷ୍ଟରେ ମିଳିଥିବା ପରାଜୟକୁ ପଛରେ ପକାଇ ଟିମ୍ ସିରିଜ୍ ବରାବର କରିବା ପାଇଁ ଯେଉଁ ଆଗ୍ରହ ଦେଖାଇଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ।
Fantastic win for the Team India at the MCG. Character and composure shown throughout the game was excellent to watch @bcci
— Rohit Sharma (@ImRo45) December 29, 2020
ଅଷ୍ଟ୍ରେଲିଆରେ ବର୍ତ୍ତମାନ କ୍ୱାରେଣ୍ଟାଇନ୍ ପିରିୟଡରେ ଥିବା ରୋହିତ୍ ଶର୍ମା ବିଜୟ ପରେ ଟୁଇଟ୍ କରି କହିଛନ୍ତି, ମେଲବର୍ଣ୍ଣ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ। ମ୍ୟାଚରେ ଟିମର ସନ୍ତୁଳନ ଦେଖିବା ବହୁତ ଖୁସି ଲାଗିଲା। ସେହିପରି ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ କହିଛନ୍ତି, ଚମତ୍କାର ପ୍ରତ୍ୟାବର୍ତ୍ତନ ଓ ଜବରଦସ୍ତ ବିଜୟ। ମାନସିକ ଶକ୍ତିର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଲା। ଟିମର ପ୍ରତିଟି ସଦସ୍ୟଙ୍କୁ ବଧେଇ।
The post ମୁଣ୍ଡ ନୁଆଁଇଲେ ସଚିନ୍, ବିରାଟ୍ ଓ ରୋହିତ୍! appeared first on Odisha Reporter.
from Odisha Reporter https://ift.tt/2M7WwNC
No comments:
Post a Comment