ଧମକ ଦେଲେ ବିଗବସ୍ ଫେମ୍ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 14, 2020

ଧମକ ଦେଲେ ବିଗବସ୍ ଫେମ୍ ଅଭିନେତ୍ରୀ

ମୁମ୍ବାଇ: ରାଗିଗଲେ ଅଭିନେତ୍ରୀ । ସୋଶାଲ ମିଡିଆରେ ଖୁଲମଖୁଲା ଧମକ ଦେଲେ ବିଗବସ୍-୧୧ର ବିଜେତା ତଥା ଚର୍ଚ୍ଚିତ ଧାରାବାହିକ ‘ଭାବି ଜୀ ଘର ପର ହୈ’ର ଅଭିନେତ୍ରୀ ଶିଳ୍ପା ସିନ୍ଦେ। ଏକ ଭିଡିଓ ଜରିଆରେ ସେ ଧମକ ଦେଇଛନ୍ତି । ତାଙ୍କ ନାଁକୁ ଅପବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଶିଳ୍ପାଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଶିଳ୍ପା ଭିଡିଓରେ କହୁଛନ୍ତି, ଯେଉଁମାନେ ମୋ ନାଁକୁ ବ୍ୟବହାର କରି ଅଯଥା ମିଛ ବଦନାମ କରୁଛନ୍ତି, ସେମୋନେ ଏହା କରିବା ବନ୍ଦ କରନ୍ତୁ । ନଚେତ ମୁଁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ପଦେକ୍ଷପ ନେବାକୁ ବାଧ୍ୟ ହେବି । ମୁଁ ବିଗବସ୍ ଦେଖୁନାହିଁ କି ଫଲୋ ମଧ୍ୟ କରୁନାହିଁ। ତେଣୁ ମୋ ନାଁରେ ବଦନାମ କରିବା ବନ୍ଦ କରନ୍ତୁ ବୋଲି ଶିଳ୍ପା ସିନ୍ଦେ କହିଛନ୍ତି । ଏଭଳି ଧମକ ଦେଇ ସେ ଭିଡିଓ ବାର୍ତ୍ତା ଜରିଆରେ ସମାଲୋଚକଙ୍କୁ ଶେଷଥର ପାଇଁ ଚେତାଇ ଦେଇଛନ୍ତି ।


ସୂଚନା ଯୋଗ୍ୟ ଯେ, ଟିଭି ସିରିଏଲ ଦୁନିଆରେ ବେଶ ସକ୍ରିୟ ଥିବା ଶିଳ୍ପା ସିନ୍ଦେ ଏବେ ପ୍ରଥମ କରି ୱେବ ଦୁନିଆରେ ପାଦ ରଖିଛନ୍ତି । ବାଲାଜୀ ଟେଲି ଫିଲ୍ମ ବ୍ୟାନରରେ ତିଆରି ୱେବ ସିରିଜ ‘ପୌରଷପୁର’ ଜରିଆରେ ସେ ଓଟିଟି ପ୍ଲାଟଫର୍ମରେ ପ୍ରବେଶ କରିଛନ୍ତି । ନିକଟରେ ଏହାର ଟ୍ରେଲର ରିଲିଜ ହୋଇସାରିଛି । ସେହିପରି ଶିଳ୍ପା ଚର୍ଚ୍ଚିତ କମେଡି ଟିଭି ସିରିଏଲ ‘ଭାବି ଜୀ ଘର ପର ହୈ’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରିଛନ୍ତି ।

The post ଧମକ ଦେଲେ ବିଗବସ୍ ଫେମ୍ ଅଭିନେତ୍ରୀ appeared first on Odisha Reporter.



from Odisha Reporter https://ift.tt/34gZ1nc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages