ନୂଆଦିଲ୍ଲୀ: କରୋନା ମହମାରୀ ପାଇଁ ସ୍କୁଲ ବନ୍ଦ ରହିଥିବାରୁ ସିବିଏସଇ ଛାତ୍ରଛାତ୍ରୀଙ୍କ ସିଲାବସ କମ୍ କରିଥିଲେ କେନ୍ଦ୍ର ସରକାର। ୩୦ ସେପ୍ଟେମ୍ୱର ଯାଏ ସିଲାବସକୁ କମ୍ କରିଛନ୍ତି କେନ୍ଦ୍ର ସରକାର। ହେଲେ ୨୦୨୧ରେ ହେବାକୁ ଥିବା ଜେଇଇ ଓ ଏନଇଟି ପରୀକ୍ଷା ପାଇଁ ସିଲାବସ କମିବ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ପିଲାମାନ ପାଠ ପଢ଼ି ପାରି ନାହାନ୍ତି। ଏବେ ଏହାର ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ। ସିବିଏସଇକୁ ଛାଡ଼ି ଅନ୍ୟ କୌଣସି ରାଜ୍ୟର ବୋର୍ଡ ସିଲାବସ କାଣ୍ଟଛାଣ୍ଟ କରି ନାହାନ୍ତି। ତେଣୁ ଜେଇଇ ଏନଇଟି ପରୀକ୍ଷା ପାଇଁ ସିଲାବସ କମି ପାରିବ ନାହିଁ ବୋଲି ସେ କହିଛନ୍ତି।
ତେବେ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ମଧ୍ୟ ଆଲୋଚନା ଚାଲିଛି। ଯେଉଁମାନେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ରେ ଭାଗ ନେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ହେଉଥିବା ସୂଚନା ରହିଛି। ଶିକ୍ଷା ମନ୍ତ୍ରାଳୟ ସହିତ ଜଡ଼ିତ ଥିବା ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ରଶ୍ନପତ୍ରରେ ବିକଳ୍ପ ବ୍ୟବସ୍ଥା ଅଧିକ କରିବାକୁ ଚେଷ୍ଟା କରାଯାଉଛି। ଏମିତି ହେଲେ ପରୀକ୍ଷାର୍ଥୀଙ୍କୁ ଉତ୍ତର ରଖିବାରେ ସହଜ ହେବ ବୋଲି ବିଚାର କରାଯାଉଛି।
The post ଜେଇଇ-ନିଟ୍ ପରୀକ୍ଷା ପାଇଁ ସିଲାବସ କ’ଣ ରହିବ? appeared first on Odisha Reporter.
from Odisha Reporter https://ift.tt/2Ly1lzF
No comments:
Post a Comment