ମାଟି ତଳୁ ମିଳିଲା ୨ହଜାର ବର୍ଷ ତଳର ଫାଷ୍ଟଫୁଡ ଷ୍ଟଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 26, 2020

ମାଟି ତଳୁ ମିଳିଲା ୨ହଜାର ବର୍ଷ ତଳର ଫାଷ୍ଟଫୁଡ ଷ୍ଟଲ

ନୂଆଦିଲ୍ଲୀ: ମାଟିତଳୁ ମିଳିଲା ୨୦୦୦ ବର୍ଷ ତଳର ଫାଷ୍ଟଫୁଡ ଷ୍ଟଲ । ଇଟାଲୀର ପୋମ୍ପିଓ ସହରରୁ ଏହି ପୁରାତନ ଫାଷ୍ଟପୁଡ ଷ୍ଟଲ ମିଳିଛି । ପ୍ରତ୍ନତତ୍ତ୍ୱବିତମାନେ ରୋମାନ ଯୁଗରେ ଏହି ଫାଷ୍ଟଫୁଡ ଷ୍ଟଲକୁ ଆବିଷ୍କାର କରିଛନ୍ତି । ପୁରାତନ କାଳରେ ମଧ୍ୟ ଲୋକେ ଫାଷ୍ଟଫୁଡର ସୌଖିନ ଥିବା ଏଥିରୁ ଜଣାପଡିଛି ।

୭୯ ଖ୍ରୀଷ୍ଟାବ୍ଦରେ  ଆଗ୍ନେୟଗିରି ଉଦବିଗିରଣ ଯୋଗୁଁ ପାଉଁଶ ତଳେ ପୋତି ହୋଇଯାଇଥିବା ସହର ଭିତରରୁ ପ୍ରତ୍ନତତ୍ତ୍ୱବିତମାନ ଏହାକୁ ଆବିଷ୍କାର କରିଛନ୍ତି । ୨ହଜାର ବର୍ଷ ତଳର ଫାଷ୍ଟଫୁଡ ଷ୍ଟଲ ସହ ରୋଷେଇ ପାଇଁ ବ୍ୟବହାର ହେଉଥିବା ଚୁଲା, ପିତଳ ଓ ରୁପାର କିଛି କଂସା ବାସନ ଏବଂ କିଛି ଘୁଷୁରୀ ହାଡ ମଧ୍ୟ ମିଳିଛି। ମାଦକ ଜାତୀୟ ଦ୍ରବ୍ୟ ସହ ଏକାଠି ହୋଇ ରୋଷେଇ ହେଉଥିବା କିଛି ଖାଦ୍ୟ ଜିନିଷ ମଧ୍ୟ ଆବିଷ୍କାର ହୋଇଛି । ଫାଷ୍ଟଫୁଡ ଷ୍ଟଲ ତିଆରି ହୋଇଥିବା କାନ୍ଥରେ ରଙ୍ଗବେରଙ୍ଗର ଚିତ୍ର ମଧ୍ୟ ଅଙ୍କା ଯାଇଥିବା ପ୍ରତ୍ନତତ୍ତ୍ୱବିତମାନେ କହିଛନ୍ତି ।

ଭେସୁଭିଆସ ପର୍ବତ ନିକଟରେ ୭୯ ଖ୍ରୀଷ୍ଟାବ୍ଦରେ ଭୟଙ୍କର ଆଗ୍ନେୟ ଉଦଗିରଣ ହୋଇଥିଲା । ଆଗ୍ନେୟ ଲାଭା ସେହି ସମୟରେ ସହରକୁ ମାଡିଆସିଥିଲା। ଫଳରେ ପୁରା ସହର ପାଉଁଶ ତଳେ ପୋତି ହୋଇଯାଇଥିଲା । ସେତେବେଳେ ଏଠାରେ ୧୫ ହଜାରରୁ ୨୦ ହଜାର ଲୋକେ ବାସ କରୁଥିଲେ । ଆଗ୍ନେୟ ଉଦଗିରଣ ଯୋଗୁଁ ପାଖାପାଖି ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ନିକଟରେ ସାକ୍ଷାତକାରରେ ପ୍ରତ୍ନତତ୍ତ୍ୱ ପାର୍କର ମହାନିର୍ଦ୍ଦେଶକ କହିଛନ୍ତି ।

ଇଟାଲୀର ପୋମ୍ପିଓ ସହର ଏବେ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି । ଅଧିକ ସଂଖ୍ୟାରେ ଲୋକ ଏବେ ଏହି ଆବିଷ୍କାର ସ୍ଥଳକୁ ଆସୁଛନ୍ତି । ପୁରାତନ ଫାଷ୍ଟଫୁଡ ଷ୍ଟଲ ମିଳିବା ପରେ ସର୍ବସାଧାରଣଙ୍କ ପାଇଁ ଏହି ପ୍ରତ୍ନତତ୍ତ୍ୱ ପାର୍କକୁ ଖୋଲି ଦିଆଯାଇଛି ।

The post ମାଟି ତଳୁ ମିଳିଲା ୨ହଜାର ବର୍ଷ ତଳର ଫାଷ୍ଟଫୁଡ ଷ୍ଟଲ appeared first on Odisha Reporter.



from Odisha Reporter https://ift.tt/3aIU4aL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages