ମୁମ୍ୱାଇ : ଲୋକପ୍ରିୟ ଶୋ’ କୌନ ବନେଗା କରୋଡ଼ ପତିର ସିଜନ୍-୧୨ ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ତିନି ଜଣ କୋଟିପତି ମିଳିସାରିବା ପରେ ଶୋ’କୁ ଚତୁର୍ଥ କୋଟିପତି ମିଳିବାକୁ ଯାଉଛି। ବଡ଼ କଥା ହେଉଛି ଏହି ଚତୁର୍ଥ କୋଟିପତି ଭାବରେ କେବିସିର ହଟ୍ ସିଟ୍ରେ ବସିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ପେଶାରେ ଜଣେ କୃଷକ। ଯାହାଙ୍କ ନାମ ତେଜ୍ ବାହାଦୁର ସିଂହ। ସୋଶାଲ ମିଡିଆରେ ତେଜ୍ଙ୍କ ପ୍ରୋମୋ ଭିଡିଓ ଭାଇରାଲ୍ ହେଉଛି।
ପ୍ରୋମୋ ଭିଡିଓରେ ଅନୁସାରେ ତେଜ୍ ବାହାଦୂର୍ ୨୫ ଲକ୍ଷ ଓ ୫୦ ଲକ୍ଷ ଟଙ୍କା ପ୍ରଶ୍ନର ଉତ୍ତର ଦେଇ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ଲକ୍ଷ ଟଙ୍କା ଜିତି ସାରିଛନ୍ତି। ଅମିତାଭ ବଚ୍ଚନ ତାଙ୍କୁ ୧ କୋଟିର ପ୍ରଶ୍ନ ପଚାରୁଥିବା ପ୍ରୋମୋ ଭିଡିଓରେ ଦେଖିବାକୁ ମିଳିଛି। ତେବେ ତେଜ୍ ବାହାଦୂର ଏହି ପ୍ରଶ୍ନର ଉତ୍ତର ଦେଇପାରୁଛନ୍ତି ନା ନାହିଁ, ତାହା ଗୁରୁବାର ସଂନ୍ଧ୍ୟାରେ ଜଣାପଡ଼ିବ।
View this post on Instagram
ପ୍ରୋମୋ ଭିଡିଓରେ ତେଜ୍ ତାଙ୍କ ସଂଘର୍ଷର କାହାଣୀ କହୁଥିବା ଦେଖାଯାଇଛି। ତାଙ୍କ ଚାଷ କଲେ ତାଙ୍କ ପରିବାର ଚଳିଥାଏ। ପାଠ ପଢ଼ିବା ପାଇଁ ସେ ମା’ଙ୍କର ସୁନା କାନଫୁଲ ବନ୍ଧକ ରଖି ଟଙ୍କା ଆଣିଥିଲେ। ମା’ଙ୍କ ପାଇଁ ହିଁ ସେ ପାଠପଢ଼ା ସମୂର୍ଣ୍ଣ କରିପାରିଛନ୍ତି।
ତେଜ୍ ବାହାଦୂର ଭବିଷ୍ୟତରେ ଜଣେ ଆଇଏଏସ୍ ଅଫିସର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। କେବିସିରୁ ଧନରାଶି ଜିତିବା ପରେ ସେ ତାଙ୍କର ସବୁ ସ୍ୱପ୍ନ ପୂରଣ କରିବେ।
ସୂଚନାଯୋଗ୍ୟ, ଏବେ ପର୍ଯ୍ୟନ୍ତ କେବିସିରେ ତିନି ଜଣ ମହିଳା କୋଟିପତିର ହୋଇସାରିଛନ୍ତି। ପ୍ରଥମ ମହିଳା ହେଉଛନ୍ତି ନାଜିଆ ନସୀମ୍, ଦ୍ୱିତୀୟରେ ରହିଛନ୍ତି ଆଇପିଏସ୍ ଅଫିସର ମୋହିତା କୁମାରୀ ଏବଂ ତୃତୀୟ କୋଟିପତିରେ ରହିଛନ୍ତି ଅନୁପା ଦାସ।
The post ମା’ଙ୍କ ସୁନା କାନଫୁଲ ବନ୍ଧକ ରଖି ପାଠ ପଢ଼ିଥିବା କୃଷକ ହେବେ କେବିସିର କୋଟିପତି ! appeared first on Odisha Reporter.
from Odisha Reporter https://ift.tt/3lANuVk
No comments:
Post a Comment