ଜିଦରେ ଅଟଳ ଚାଷୀ, ସୁପ୍ରିମକୋର୍ଟଙ୍କ କମିଟିକୁ ନେଇ ପ୍ରଶ୍ନ ଉଠାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 17, 2020

ଜିଦରେ ଅଟଳ ଚାଷୀ, ସୁପ୍ରିମକୋର୍ଟଙ୍କ କମିଟିକୁ ନେଇ ପ୍ରଶ୍ନ ଉଠାଇଲେ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦେଳନ ୨୩ ଦିନରେ ପହଞ୍ଚିଛି। ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ କମିଟି ଗଠନ କରିବାକୁ କହିଛନ୍ତି। ହେଲେ ଏହାକୁ ନେଇ ମଧ୍ୟ ଚାଷୀ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି।

କୃଷି ଆଇନ୍ ବିରୋଧରେ ସିଙ୍ଗୁ ସୀମାରେ ଚାଷୀଙ୍କ ବିରୋଧ ଜାରି ରହିଛି। ପଞ୍ଜାବ କିଷାନ ଶ୍ରମିକ ସଂଘର୍ଷ କମିଟି ନେତା ଦିୟାଲ ସିଂ କହିଛନ୍ତି, “ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତିଆରି ହୋଇଥିବା କମିଟିରେ ଆମେ ବିଶ୍ୱାସ କରୁନାହୁଁ। ଯଦି ସରକାର କଥାବାର୍ତ୍ତା କରନ୍ତି ଏବଂ ତିନି ଆଇନ୍ ପ୍ରତ୍ୟାହାର କରନ୍ତି ତେବେ ଏହା ଠିକ ଅଛି, ନଚେତ୍ ଆମେ ଏହି ଆନ୍ଦୋଳନ ପ୍ରତ୍ୟାହାର କରିବୁ ନାହୁଁ।”

ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ଡା ପଡ଼ିଛି। ଏଥିରୁ ବର୍ତ୍ତିବା ପାଇଁ ତମ୍ବୁ ପକାଇ ରହିବା ସହିତ ନିଆଁରେ ପୁଆଁଉଛନ୍ତି। ଆନ୍ଦୋଳନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନେବାକୁ ପ୍ରସ୍ତୁତ ବୋଲି ଚାଷୀ ନେତା କହିଛନ୍ତି।

ସେହିପରି ଚାଷୀ ଆଇନ ସପକ୍ଷରେ ଆରମ୍ଭ ହୋଇଛି ଜନସଭା। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶର ଚାଷୀଙ୍କ ସହ ଆଜି କୃଷି ବିଲ୍ ଉପରେ ଆଲୋଚନା କରିବେ।

ସୂଚନାଯୋଗ୍ୟ, ଗତକାଲି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଶାନ୍ତିପୂର୍ଣ୍ଣ ବିରୋଧ ହେଉଛି ଚାଷୀଙ୍କ ଅଧିକାର, ଆଇନ ବିରୁଦ୍ଧରେ ବିରୋଧ କରିବାର ଅଧିକାର ସମସ୍ତଙ୍କର ରହିଛି। ହେଲେ କାହାର କାମରେ ଅସୁବିଧା ହେବା ଉଚିତ୍ ନୁହେଁ। ବିବାଦର ସମାଧାନ ପାଇଁ ପି ସାଇନାଥଙ୍କୁ ନେଇ କମିଟି ଗଠନ କରାଯାଇ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ। ତେବେ ଏହି ସମୟରେ ଆଇନ କାର୍ଯ୍ୟକାରୀ ହେବା ଉଚିତ ନୁହେଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ କହିଥିଲେ।

The post ଜିଦରେ ଅଟଳ ଚାଷୀ, ସୁପ୍ରିମକୋର୍ଟଙ୍କ କମିଟିକୁ ନେଇ ପ୍ରଶ୍ନ ଉଠାଇଲେ appeared first on Odisha Reporter.



from Odisha Reporter https://ift.tt/38f7HLV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages