ଆଜି ଦିନ ୨ଟାରେ ଚାଷୀ-ସରକାର ଆଲୋଚନା, ବାହାରିବ କି ସମାଧାନର ବାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 29, 2020

ଆଜି ଦିନ ୨ଟାରେ ଚାଷୀ-ସରକାର ଆଲୋଚନା, ବାହାରିବ କି ସମାଧାନର ବାଟ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମାପ୍ତ କରିବା ପାଇଁ ଆଜି ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ସରକର। ଆଜି ଦିନ ୨ଟାରେ ଦିଲ୍ଲୀ ବିଜ୍ଞାନ ଭବନରେ ଚାଷୀ ସଂଗଠନର ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ବୈଠକ ହେବ। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ସମସ୍ତେ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବେ।

ଆଶା କରାଯାଉଛି ଯେ ଆଜିର ବୈଠକରେ କେନ୍ଦ୍ର ସରକାର ଚାଷୀମାନେ ଉଠାଇଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଓ ଏହାର ସମାଧାନ ପାଇଁ ଲିଖିତ ପ୍ରସ୍ତୁତି ଦେବେ। ତେଣୁ ୨୦୨୦ ଶେଷ ହେବା ପୂର୍ବରୁ ଦିଲ୍ଲୀ ସୀମାରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି କୁହାଯାଉଛି।

ବୈଠକ ପୂର୍ବରୁ ଚାଷୀ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି। ଏଥିରେ ବୈଠକର ଏଜେଣ୍ଡା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଚାଷୀ ସଂଗଠନର ପ୍ରତିନିଧିମାନେ ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ ଓ ଏମଏସପି ଗ୍ୟାରେଣ୍ଟି ସମ୍ପର୍କରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି।

ସେହିପରି ଚାଷୀଙ୍କ ସହ ଆଲୋଚନା କରିବା ପୂର୍ବରୁ ମଙ୍ଗଳବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ରେଳମନ୍ତ୍ରୀ ପୀୟୂଷ ଗୋଏଲ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଚାଷୀଙ୍କ ସହ ଆଲୋଚନା କରିବା ବେଳେ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ, ସେ ବିଷୟରେ ଉଭୟ ମନ୍ତ୍ରୀ ଶାହଙ୍କ ସହ ଆଲୋଚନା କରିଛନ୍ତି। ତେଣୁ ଆଜିର ବୈଠକରୁ କ’ଣ ନିଷ୍କର୍ସ ବାହାରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଡିସେମ୍ବର ୨୮ରେ ଚାଷୀଙ୍କୁ ବୈଠକକୁ ଆସିବା ପାଇଁ ଆଜି କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲ ଚିଠି ଲେଖିଥିଲେ। ଚାଷୀଙ୍କ ସମସ୍ତ ସମସ୍ୟାର ସମାଧାନ କରିବାକୁ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଚିଠିରେ କୁହାଯାଇଛି। ଏହାପୂର୍ବରୁ କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଲିଖିତ ପ୍ରସ୍ତାବ ଦେଇଥିଲେ। ଏହାକୁ ପଢ଼ିବା ପରେ ଚାଷୀମାନେ ୨୯ ତାରିଖରେ ବୈଠକ କରିବାକୁ କହିଥିଲେ। କିନ୍ତୁ ସରକାର ୩୦ ତାରିଖରେ ବୈଠକ କରିବାକୁ ସହମତି ହୋଇଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ବୈଠକ ବସିବ ବୋଲି ସରକାରଙ୍କ ପକ୍ଷରୁ ୨୮ ତାରିଖରେ ସଂଯୁକ୍ତ କୃଷକ ମୋର୍ଚ୍ଚାକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି।

କୁହାଯାଉଛି, ଆଜି ବିସିବାକୁ ଥିବା ବୈଠକରେ ସରକାର କୃଷି ଆଇନ ଉପରେ ଚାଷୀମାନେ ଉଠାଇଥିବା ସମସ୍ତ ଆପତ୍ତିର ସମାଧାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବେ। ସେହିପରି ପରୀକ୍ଷା ମୂଳକ ଭାବେ କୃଷି ଆଇନକୁ ୨ କିମ୍ବା ୩ ବର୍ଷ ଯାଏ ବ୍ୟବହାର କରିବାକୁ ସରକାର ଚାଷୀଙ୍କୁ ବୁଝାଇ ପାରନ୍ତି।

ଯଦି ସେମାନଙ୍କୁ ଏହା ଭଲ ନ ଲାଗିବ, ତା’ହେଲେ ଆଇନ୍‌ରେ ସେମାନଙ୍କ ପ୍ରସ୍ତାବ ଅନୁଯାୟୀ ସଂଶୋଧନ କରାଯିବ ବୋଲି ସରକାର ବୁଧବାର ବୈଠକ ବେଳେ କହି ପାରନ୍ତି।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ, ଆମେ ୩୦ ତାରିଖରେ ଚାଷୀଙ୍କ ସହ ସବୁ ପ୍ରସଙ୍ଗରେ ଆଲୋଚନା କରିବୁ। ଏହି ବୈଠକରେ ସବୁ ସମସ୍ୟାର ସମାଧାନ ହେବ। ମିଛ କଥା କହି ଚାଷୀମାନଙ୍କୁ ଯେଉଁ ବିଭ୍ରାନ୍ତ କରାଯାଉଥିଲା, ତା’ର ପର୍ଦ୍ଦାଫାସ ମଧ୍ୟ ଖୁବଶୀଘ୍ର ହେବ। ୩୦ ତାରିଖ ବୈଠକ ପରେ ସବୁ କିଛି ଠିକ ହୋଇଯିବ ବୋଲି ସେ କହିଛନ୍ତି।

The post ଆଜି ଦିନ ୨ଟାରେ ଚାଷୀ-ସରକାର ଆଲୋଚନା, ବାହାରିବ କି ସମାଧାନର ବାଟ appeared first on Odisha Reporter.



from Odisha Reporter https://ift.tt/3o0WdSO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages