ପୁଣିଥରେ ଆନ୍ଦୋଳନକାରୀ ଚାଷୀଙ୍କୁ ଚିଠି ଲେଖିଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 20, 2020

ପୁଣିଥରେ ଆନ୍ଦୋଳନକାରୀ ଚାଷୀଙ୍କୁ ଚିଠି ଲେଖିଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଆଜି ପୁଣିଥରେ ଅନଶନ କରିବେ। ଗତକାଲି ସେମାନେ ସହିଦ ଦିବସ ପାଳନ କରି ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଜି ସେମାନେ ରିଲେ ଅନଶନ କରିବେ ଓ ଏଚ୍‌୯କୁ ବ୍ଲକ କରିବେ ବୋଲି କହିଛନ୍ତି।

ଏସବୁ ଭିତରେ ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ସରକାର ଆନ୍ଦୋଳନ କରୁଥିବା ୪୦ଟି ଚାଷୀ ସଂଗଠନର ପ୍ରତିନିଧିମାନଙ୍କ ପାଖକୁ ଚିଠି ଲେଖିଛନ୍ତି। ଏଥିରେ ସରକାର ପୁଣିଥରେ ଚାଷୀ ସଂଗଠନ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିବା କହିଛନ୍ତି। ଏଥିପାଇଁ ଚାଷୀମାନେ ତାରିଖ ସ୍ଥିର କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଅଗ୍ରୱାଲ ୪୦ ଚାଷୀ ସଂଗଠନ ପାଖକୁ ଲେଖିଥିବା ଚିଠିରେ ସରକାର କୃଷି ଆଇନରେ ସଂଶୋଧନ କରିବାକୁ ଚାହୁଁଥିବା କଥା ଉଲ୍ଲେଖ କରିଛନ୍ତି। ଏମଏସପି ଓ ମଣ୍ଡି ସହ ଚାଷୀମାନେ ଯେଉଁ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି, ସରକାର ସବୁ କଥା ଶୁଣିବାକୁ ପ୍ରସ୍ତୁତ ଅଛନ୍ତି। ଏଥିସହ ଚାଷୀଙ୍କୁ ସରକାର ଲିଖିତ ପ୍ରତିଶ୍ରୁତି ଦେବାକୁ ରାଜି ଥିବା କଥା ମଧ୍ୟ ଚିଠିଲେ ଉଲ୍ଲେଖ କରାଯାଇଛି।

ଚାଷୀମାନେ ଏହି ଚିଠି ପାଇଛନ୍ତି। ଏବେ ସେମାନେ ପରସ୍ପର ମଧ୍ୟରେ ଚିଠିରେ ଥିବା ବିଷୟବସ୍ତୁ ଉପରେ ଆଲୋଚନା କରିବେ। ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

କୃଷି ଆଇନକୁ ନେଇ ସରକାର ଓ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ଏକାଧିକ ଥର ବୈଠକ ବସିଛି। ଶେଷଥର ପାଇଁ ୧୧ ଦିନ ତଳେ ବୈଠକ ହୋଇଥିଲା। କିନ୍ତୁ ଏହି ସବୁ ବୈଠକରେ କୌଣସି ନିସ୍କର୍ଷ ବାହାରିପାରିନାହିଁ।

The post ପୁଣିଥରେ ଆନ୍ଦୋଳନକାରୀ ଚାଷୀଙ୍କୁ ଚିଠି ଲେଖିଲେ ସରକାର appeared first on Odisha Reporter.



from Odisha Reporter https://ift.tt/3awiq7A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages