ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୪ ଗିରଫ, ସ୍ପଷ୍ଟୀକରଣ ରଖିଲା ଓଟିଭି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 13, 2020

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୪ ଗିରଫ, ସ୍ପଷ୍ଟୀକରଣ ରଖିଲା ଓଟିଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଗତକାଲି ରାତିରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଓଟିଭିର ୨ କର୍ମଚାରୀ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ୨ ସିକ୍ୟୁରିଟି ଗାର୍ଡ। ଏହି ସମସ୍ତ ଅଭିଯୁକ୍ତ ତଦନ୍ତରେ ସହଯୋଗ କରିଆସୁଥିବା ସତ୍ତ୍ୱେ ଗିରଫ କରାଯାଇଛି।

ପୂର୍ବରୁ ନାବାଳିକାଙ୍କ ମାଆ ଏହି ଘଟଣାରେ ପୁଲିସ କର୍ମଚାରୀ ଓ ତାଙ୍କର ଦୁଇ ସଯୋଗୀ ସଂପୃକ୍ତ ଥିବା FIRରେ ଦର୍ଶାଇଥିଲେ। ତେବେ ଏହି ଘଟଣାରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ କାହିଁକି ପଚରା ଉଚରା କରାଯାଉନାହିଁ କି ଗିରଫ କରାଯାଉନାହିଁ। ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣାର ତଦନ୍ତକୁ ନେଇ ହାଇକୋର୍ଟ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆସନ୍ତା ୧୬ ତାରିଖ ସୁଦ୍ଧା କଣ ପଦକ୍ଷେପ ନିଆଯାଇଛି ଜଣାଇବାକୁ କହିଥିଲେ କୋର୍ଟ।

ଗିରଫ ନେଇ ଓଟିଭି ସ୍ପଷ୍ଟୀକରଣ ଦେଇଛି। ସେଥିରେ କୁହାଯାଇଛି ଯେ, ତଦନ୍ତରେ ଓଟିଭି ଓ ଏହାର କର୍ମଚାରୀ ସର୍ବଦା ପୁଲିସକୁ ସହଯୋଗ କରି ଆସିଛନ୍ତି। ତେବେ ଗିରଫ କର୍ମଚାରୀଙ୍କ ବିରୋଧରେ କୌଣସି ପ୍ରାଥମିକ ଦ୍ରଷ୍ଟବ୍ୟ ପ୍ରମାଣ ନାହିଁ। ତେଣୁ ସେମାନଙ୍କୁ ବିଳମ୍ବିତ ରାତିରେ ଗିରଫ କରିବାର କୌଣସି କାରଣ ନାହିଁ। ଏହି ମାମଲାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ସମସ୍ତ କର୍ମଚାରୀ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିଆସୁଛନ୍ତି। ଏପରିକି ମହିଳା କମିଶନ ଓ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ନିକଟରେ ମଧ୍ୟ ହାଜର ହୋଇ ଆସୁଛନ୍ତି। ଏହି ମାମଲାରେ ଶୁଣାଣି ବେଳେ ପୁଲିସ ପକ୍ଷରୁ କେହି ହାଜର ହେଉନାହାନ୍ତି। ତେବେ ମାମଲାରେ  କିଛି ପୁଲିସ କର୍ମଚାରୀ ଅଭିଯୁକ୍ତ ଥିଲେ ମଧ୍ୟ ସେମାନଙ୍କ ନାଁ ପ୍ରକାଶ କରାଯାଉନାହିଁ କି ସେମାନଙ୍କୁ ଜେରା କରାଯାଉନାହିଁ। କାହିଁକି ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଉନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ପୁଲିସ ୟୁନିଫର୍ମ ପିନ୍ଧି ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ମାଆ ଅଭିଯୋଗ କରିଥିଲେ ମଧ୍ୟ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ? ପରୀ, ପିହୁ ଓ ସ୍ୱାତୀ ମାମଲା ପରେ ଅଡ଼ୁଆ ସୁତାରେ ଛନ୍ଦି ହୋଇଥିବା ଓଡ଼ିଶା ପୁଲିସ ଏଥିରୁ ନଜର ହଟାଇବା ଲାଗି ଏହି ପଦକ୍ଷେପ ନେଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

 

The post ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୪ ଗିରଫ, ସ୍ପଷ୍ଟୀକରଣ ରଖିଲା ଓଟିଭି appeared first on Odisha Reporter.



from Odisha Reporter https://ift.tt/3a6kXVB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages