ନାତି ପାଇଁ ସାଜିଲେ ଭାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 30, 2020

ନାତି ପାଇଁ ସାଜିଲେ ଭାଲୁ

ନୂଆଦିଲ୍ଲୀ: ଜେଜେ ମା’-ବାପାଙ୍କ ପାଇଁ ବିଶ୍ୱରେ ସବୁଠୁ ପ୍ରିୟ ହୋଇଥା’ନ୍ତି ତାଙ୍କ ନାତି-ନାତୁଣୀ । ସେ ତାଙ୍କ ପାଇଁ ନିଜ ପୁଅ-ଝିଅଙ୍କୁ ବି ଭୁଲିଯା’ନ୍ତି । ନିଜ ଛୁଆଠାରୁ ଅଧିକ ନାତି-ନାତୁଣୀଙ୍କୁ ଭଲ ପାଆନ୍ତି ସେମାନେ। ନିଜ ନାତି-ନାତୁଣୀଙ୍କ ପାଇଁ ସେମାନେ କିଛି ବି କରି ପକାନ୍ତି । ନିକଟରେ ଜଣେ ବୟସ୍କ ଦମ୍ପତି ନାତିଙ୍କୁ ଭେଟିବା ନିଆରା ଉପାୟ ଆପଣାଇଛନ୍ତି । ସେ ନାତି ପାଇଁ ପାଲଟି ଯାଇଛନ୍ତି ଧଳା ଭାଲୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ ।

କରୋନା ଯୋଗୁଁ ଇଂଲଣ୍ଡରେ ରହୁଥିବା ୭୦ ବର୍ଷୀୟ ବୃଦ୍ଧ ଦମ୍ପତିଙ୍କୁ ଦୀର୍ଘ ୯ ମାସ ହେବ ନିଜ ତିନି ଜଣ ନାତିଙ୍କ ଠାରୁ ଦୂରେଇ ରହିବାକୁ ପଡିଥିଲା। ନାତିଙ୍କୁ ଭେଟି ପାରୁନଥିବା ଯୋଗୁଁ ଏହି ବୃଦ୍ଧ ଦମ୍ପତି ବେଶ ଦୁଃଖିତ ହୋଇପଡିଥିଲେ। ଶେଷରେ ତାଙ୍କୁ ଭେଟିବା ପାଇଁ ଏକ ନିଆରା ଉପାୟ ବାହାର କରିଥିଲେ ବୃଦ୍ଧ ଦମ୍ପତି। ମେଟ୍ରୋ ଖବର ମୁତାବକ, ଖ୍ରୀଷ୍ଟମାସ କିଣାକିଣି ବେଳେ ଏହି ଜେଜେ ମା’-ବାପା ଦୁଇ ଜଣ ଦୁଇଟି ପୋଲାର ବିଅର ତଥା ଧଳା ଭାଲୁର ପୋଷାକ କିଣିଥିଲେ ।

ତା’ପରେ ଏହି ପୋଷାକକୁ ପିନ୍ଧି ଉଭୟ ବାହାରି ପଡିଥିଲେ ନାତିଙ୍କୁ ଭେଟିବା ପାଇଁ। ନାତିଙ୍କୁ ଭେଟି ଦୁହେଁ ତାଙ୍କୁ ଖ୍ରୀଷ୍ଟମାସ ସରପ୍ରାଇଜ ଦେବା ସହ ଭାବବିହ୍ୱଳ ହୋଇ ଆଲିଙ୍ଗନ ମଧ୍ୟ କରିଥିଲେ । ସେପଟେ ଦୀର୍ଘ ଦିନ ପରେ ଜେଜେ ମା’ ଓ ବାପାଙ୍କୁ ପାଖରେ ପାଇ ନାତିମାନ ମଧ୍ୟ ଖୁସିରେ ଗଦଗଦ୍ ହୋଇଯାଇଥିଲେ । ଏହି ବୃଦ୍ଧ ଦମ୍ପତିଙ୍କ ଏଭଳି ନିଆରା ଆଇଡିଆ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜେଜେ ମା’ ଜଣକ କହିଛନ୍ତି, ମୋ ପାଇଁ ବର୍ଷ ୨୦୨୦ର ଏହା ସବୁଠାରୁ ବଡ ମୁହୂର୍ତ୍ତ ଥିଲା।

ସୂଚନା ଯୋଗ୍ୟ ଯେ, ମହାମାରୀ କରୋନା ଅନେକ ଲୋକଙ୍କୁ ପରସ୍ପରଠାରୁ ଦୂରେଇ ଦେଇଛି । କେଉଁଠି ବାପା, ପୁଅକୁ ଭେଟି ପାରୁନି ତ ଆଉ କିଏ ଚାହିଁଲେ ବି ନିଜ ଛୁଆକୁ ଆଲିଙ୍ଗନ କରିପାରୁନି । ମହାମାରୀ ପାଇଁ ସମସ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିଛି । ବିଶେଷକରି ବୟସ୍କ ବ୍ୟକ୍ତିଙ୍କୁ ଧ୍ୟାନରେ ରଖି ଅଧିକ ସତର୍କତା ଅବଲମ୍ବନ କରାଯାଉଛି ।

The post ନାତି ପାଇଁ ସାଜିଲେ ଭାଲୁ appeared first on Odisha Reporter.



from Odisha Reporter https://ift.tt/3nXOogK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages