ସାଧାରଣତଃ ଅଧିକାଂଶ ଲୋକ ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟମ କରନ୍ତି। କେହି କେହି ନିଜକୁ ଫିଟ ରଖିବା ପାଇଁ ଜିମ ମଧ୍ୟ ଯାଆନ୍ତି। ଏସବୁ ସିତ୍ତ୍ୱେ ଅନେକ ଯୁବାବସ୍ଥାରେ ହୃଦଘାତର ଶିକାର ହୋଇଥାନ୍ତି । ତେବେ ଫିଟ ରହିବା ସତ୍ତ୍ୱେ ହୃଦଘାତ ବା ହାର୍ଟ ଆଟାକ କାହିଁକି ହୁଏ ? ଆସନ୍ତୁ ଜାଣିବା
- ଧୂମପାନ ତଥା ସିଗାରେଟ କିମ୍ବା ବିଡି ସେବନ କରୁଥିବା ଲୋକଙ୍କୁ ହାର୍ଟ ଆଟାକର ଅଧିକ ବିପଦ ଥାଏ। ଦୀର୍ଘ ଦିନ ଧରି ଧୂମପାନ କରିବା ଦ୍ୱାରା ହୃଦଘାତ ଆଶଙ୍କା ବଢ଼ିଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି । ଏଥିପାଇଁ ଯେତେ ସମ୍ଭବ ବିଡି-ସିଗାରେଟ ଠାରୁ ଦୂରେଇ ରହିବା ଉଚିତ।
- ଫିଟ୍ ଥିବା ସେତ୍ତ୍ୱ ଯଦି ଉଚ୍ଚ ରକ୍ତଚାପ ଥାଏ ତେବେ ସେହି ବ୍ୟକ୍ତି ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି। ହାଇ ବ୍ଲଡପ୍ରେସର ହୃଦୟକୁ ନିୟନ୍ତ୍ରଣ କରୁଥିବା ଧମନୀକୁ କ୍ଷିତି ପହଞ୍ଚାଇଥାଏ। ମୋଟାପଣ, ହାଇ କୋଲେଷ୍ଟ୍ରୋଲ ଏବଂ ଡାଇବେଟିସ ଯୋଗୁ ହାଇ ବ୍ଲଡପ୍ରେସରର ସମସ୍ୟା ବଢ଼ିଥାଏ। ଏଥିପାଇଁ ଏସବୁକୁ ନେଇ ସାବଧାନ ରହିବା ଉଚିତ।
- ରକ୍ତରେ କୋଲେଷ୍ଟ୍ରୋଲ ସ୍ତର ବଢ଼ିବା, ଉଚ୍ଚ ରକ୍ତଚାପ ଏବଂ ମଧୁମେହର ମେଦବହୁଳତା ସହ ସିଧାସଳଖ ସମ୍ପର୍କ ରହିଥାଏ। ଏକ ରିପୋର୍ଟ ମୁତାବକ ଯଦି ମୋଟାପଣକୁ ନିୟନ୍ତ୍ରଣ ରଖାଯାଏ ତେବେ ହାର୍ଟ ଆଟାକ ଭଳି ସମସ୍ୟା ଦୂର ହୋଇପାରିବ।
- ଶରୀରରେ ପାନକ୍ରିୟାଜ ସଠିକ ଢ଼ଙ୍ଗରେ କାମ ନକଲେ ରକ୍ତରେ ସୁଗାର ଲେବୁଲ ବଢ଼ିବାକୁ ଲାଗେ। ଏଥିସହ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖୁଥିବା ହର୍ମୋନ୍ସ ମଧ୍ୟ ଉତ୍ପନ୍ନ ହେବା ବନ୍ଦ ହୋଇଯାଏ। ଏଭଳି ସ୍ଥିତିରେ ମଣିଷ ଡାଇବେଟିସ ଏବଂ ବ୍ଲଡ ପ୍ରେସର ଶିକାର ହୋଇଥାଏ । ହୃଦଘାତ ଆଶଙ୍କା ମଧ୍ୟ ବଢ଼ିବାକୁ ଲାଗେ।
- ବିଶେଷଜ୍ଞଙ୍କ ମତାନୁସାରେ ବଂଶଗତ କାରଣ ଯୋଗୁଁ ମଧ୍ୟ ହାର୍ଟ ଆଟାକ ହୋଇପାରେ। ଯେଉଁ ବ୍ୟକ୍ତିଙ୍କ ପରିବାର ବର୍ଗ, ଭାଇ-ଭଉଣୀ ବା ବାପା-ମା’ଙ୍କ ଏଭଳି ସମସ୍ୟା ରହିଛି, ସେମାନେ ବିଶେଷ ରୂପେ ସାବଧାନ ରହିବା ଉଚିତ। ପୁରୁଷଙ୍କ ୫୫ ବର୍ଷ ଏବଂ ମହିଳାଙ୍କ ମଧ୍ୟରେ ୬୫ ବର୍ଷରେ ହାର୍ଟ ଆଟାକ ସମସ୍ୟା ବଢ଼ିଥାଏ।
- ଅଧିକ ଷ୍ଟ୍ରେସ ବା ମାନସିକ ଅବସାଦ ମଧ୍ୟ ହାର୍ଟ ଆଟାକର ଅନ୍ୟତମ କାରଣ । ଅଧିକ ଅବସାଦଗ୍ରସ୍ତ ବ୍ୟକ୍ତି ହୃଦଘାତର ଶିକାର ହୋଇପାରନ୍ତି ବୋଲି ଡାକ୍ତରମାନେ କୁହନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ରୂପେ ବ୍ୟାୟମ ଏବଂ ନିୟନ୍ତ୍ରଣ ଡାଏଟ ଫଲୋ କରିବା ଉଚିତ।
The post ଫିଟ୍ ରହିବା ସତ୍ତ୍ୱେ କାହିଁକି ହୁଏ ହାର୍ଟ ଆଟାକ୍? appeared first on Odisha Reporter.
from Odisha Reporter https://ift.tt/3gHpZcp
No comments:
Post a Comment