ୱାଶିଂଟନ୍: ଆମେରିକାର ୮୦ ବର୍ଷୀୟ ସିରିୟଲ୍ କିଲର୍ ସାମୁଏଲ୍ ଲିଟିଲକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଆମେରିକାର ଏହି ନରରାକ୍ଷସ ୪୦ ବର୍ଷ ହେଲା ଏଫବିଆଇ ଆଖିରେ ଧୂଳି ଦେଇ ଖସି ଚାଲିଥିଲା, କିନ୍ତୁ ଶେଷରେ ପୁଲିସ ହାତରେ ଧରା ପଡ଼ିଛି। ସାମୁଏଲର ଅପରାଧର କାହାଣୀ ପୁଲିସର ନିଦ ହଜାଇ ଦେଇଛି।
ସାମୁଏଲ ସ୍ୱୀକାର କରିଛି ଯେ ସେ ୩୫ ବର୍ଷରେ ୯୦ଟି ହତ୍ୟା କରିଛି। ତେବେ ଏହିସବୁ ହତ୍ୟା ସେ କେବେ, କେଉଁଠି, କାହାକୁ ଏବଂ କେମିତି ମାରିଛି ସେସବୁ ବି ମନେ ରଖିଛି। ଏପରିକି ସେ ହତ୍ୟା କରିଥିବା ସମସ୍ତଙ୍କ ଚେହେରାକୁ ବି ଭଲଭାବେ ମନେ ରଖିଛି। ବର୍ଷ ବର୍ଷ ଧରି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ଚାଲିଥିଲା ସାମୁଏଲ। ହେଲେ ଆମେରିକା ପୁଲିସ କି ଏଫବିଆଇ ଏହାର ଟିକିଏ ବି ଖୋଜ୍ ଖବର ପାଉନଥିଲା।
ମାତ୍ର ୫ରୁ ୬ ବର୍ଷ ବୟସରେ ସାମୁଏଲ୍ ଏହି ନରସଂହାର କାମ ଆରମ୍ଭ କରିଦେଇଥିଲା। ସେ ୩୫ ବର୍ଷରେ ୯୦ ହତ୍ୟା କରିଛି। ତେବେ ସବୁଯାକ ହତ୍ୟାକାଣ୍ଡ ସମାନ ଢଙ୍ଗରେ ଥିଲା। ସମସ୍ତଙ୍କୁ ତଣ୍ଟି ଚିପି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା। ୮୦ ଦଶକରେ ଲସ ଆଞ୍ଜେଲିସରେ ସାମୁଏଲ ଘଟାଇଛି ସବୁଠାରୁ ଅଧିକ ହତ୍ୟାକାଣ୍ଡ। ତାର ଟାର୍ଗେଟରେ ଥିଲେ ଗରିବ ଏବଂ ଏକାକୀ ମହିଳା।
ନିଶାଗ୍ରସ୍ତ ମହିଳାଙ୍କୁ ଖୋଜି ଖୋଜି ମାରୁଥିଲା। ତଣ୍ଟି ଚିପି ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିବା ପରେ ଡେଡବଡିକୁ ପୋତି ଦେଉଥିଲା। ଧିରେ ଧରେ ଏହା ତା ପାଇଁ ଅଭ୍ୟାସରେ ପାଲଟିଯାଇଥିଲା। ପୁଲିସଠାରୁ ସବୁବେଳେ ହାତେ ଆଗରେ ଥିଲା ସାମୁଏଲ। ପୁଲିସ ଡାଳେ ଡାଳେ ଗଲେ, ପତ୍ରେ ପତ୍ରେ ଖସି ଯାଉଥିଲା।
ତେବେ ସାମୁଏଲକୁ ୨୦୧୨ରେ କେଣ୍ଟକିରୁ ଗିରଫ କରାଯାଇଥିଲା। ଯାହା ପରେ ତାକୁ କାଲିଫର୍ଣ୍ଣିଆ ନିଆଯାଇଥିଲା। ୧୯୮୭ ଏବଂ ୧୯୮୯ରେ ହତ୍ୟାକାଣ୍ଡର ଶୀକାର ହୋଇଥିବା ତିନି ଜଣ ମହିଳାଙ୍କ ଡିଏନଏ ସହ ମିଶିଛି ସାମୁଏଲର ଡିଏନଏ। ଏନେଇ ଯାଞ୍ଚ ଏଜେନ୍ସି ସ୍ପଷ୍ଟ କରିଛି। ଏହି ମହିଳାଙ୍କୁ ପ୍ରଥମେ ନିସ୍ତୁକ ମାଡ଼ ମରାଯାଇଥିଲା। ଏହା ପରେ ତାଙ୍କ ଗଳାକୁ କଟାଯାଇ ମୃତଦେହକୁ ପୋତି ଦିଆଯାଇଥିଲା। ସାମୁଏଲଙ୍କୁ ଏହି ତିନିଜଣଙ୍କ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି।
The post ୩୫ ବର୍ଷରେ ୯୦ ହତ୍ୟା କରିଥିବା ସେହି ଦୁର୍ଦ୍ଦାନ୍ତ ସିରିୟଲ କିଲର୍ କିଏ? appeared first on Odisha Reporter.
from Odisha Reporter https://ift.tt/37txShl
No comments:
Post a Comment