ଜାନୁଆରୀ ୨୬ରେ ଅଯୋଧ୍ୟା ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 16, 2020

ଜାନୁଆରୀ ୨୬ରେ ଅଯୋଧ୍ୟା ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ !

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ଭୂମିପୂଜା ପରେ ନିର୍ମାଣ କାମ ଚାଲିଛି। ଏବେ ମସଜିଦ ତିଆରି ପାଇଁ ଜୋରସୋରରେ ସମସ୍ତ ପ୍ରକ୍ରିୟା ଚାଲିଛି। ତିଆରି ହେବାକୁ ଥିବା ମସଜିଦର ଡିଜାଇନକୁ ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ ଟ୍ରଷ୍ଟ ଅନୁମତି ଦେଇଛି। ୟୁପି ସୁନ୍ନୀ ସେଣ୍ଟ୍ରାଲ୍ ଓ୍ୱାକଫ ବୋର୍ଡ ଗଣତନ୍ତ୍ର ଦିବସ ଅବସରରେ ଭୂତ୍ତିପ୍ରସ୍ତର ହେବ ବୋଲି ଜଣାପଡ଼ିଛି। ଅଯୋଧ୍ୟାର ଧାନୀପୁର ଗାଁରେ ମସଜିଦ୍ ନିର୍ମାଣ ପାଇଁ ଚିହ୍ନଟ ହୋଇଛି ୫ ଏକର ଜମି।

ଜାନୁଆରୀ ୨୬ ତାରିଖ ଦିନ ମସଜିଦ ନିର୍ମାଣ ପାଇଁ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତିଆରି ହେବାକୁ ଥିବା ଏହି ମସଜିଦରେ ଏକା ସାଙ୍ଗରେ ୨ ହଜାର ଲୋକ ନମାଜ ପାଠ କରିପାରିବେ। ମସଜିଦ୍ ନିର୍ମାଣ ନେଇ ୧୯ ଡିସେମ୍ୱରରେ ଏକ ପ୍ରେସ ରିଲିଜ୍ ଜାରି ହୋଇପାରେ। ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା ଏହି ପ୍ରେସ୍ ରିଲିଜ୍ ଜାରି କରିବ ବୋଲି ଜଣାପଡ଼ିଛି।

ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ ଟ୍ରଷ୍ଟର ମୁଖପାତ୍ର ଅତହର ହୁସେନ କହିଛନ୍ତି, ଜାନୁଆରୀ ୨୬ ହେଉଛି ସବୁଠୁ ଭଲ ଦିନ। ଦେଶର ସମ୍ୱିଧାନ ଏହି ତାରିଖରେ ପ୍ରତିଷ୍ଠା ହୋଇଥିଲା। ତେଣୁ ଏହି ଦିନ ହିଁ ମସଜିଦ୍ ନିର୍ମାଣ କାମ ଆରମ୍ଭ କରିବା ଭଲ ହେବ। ଯଦି ସବୁକିଛି ଠିକଠାକ୍ ରହିବ ତାହେଲେ ଜାନୁଆରୀ ୨୬ ତାରିଖ ଦିନ ମସଜିଦର ଭିତ୍ତି ପ୍ରସ୍ତର ପଡ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅଯୋଧ୍ୟା ମାମଲାର ସମାଧାନ କରିବା ବେଳେ ସୁପ୍ରିମକୋର୍ଟ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜାଗା ଦେବାକୁ ରାଜ୍ୟ ସରକାରକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ୫ ଏକର ଜାଗାରେ ମସଜିଦ୍ ସହିତ ହସ୍ପିଟାଲ, ଇଣ୍ଡୋ ଇସଲାମିକ ରିସର୍ଚ୍ଚ ସେଣ୍ଟର, କମ୍ୟୁନିଟି କିଚେନ୍ ମଧ୍ୟ ତିଆରି ହେବ ବୋଲି ଜଣାପଡ଼ିଛି। ଆଲୋକୀକରଣ ପାଇଁ ସୋଲାର ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

The post ଜାନୁଆରୀ ୨୬ରେ ଅଯୋଧ୍ୟା ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ ! appeared first on Odisha Reporter.



from Odisha Reporter https://ift.tt/37rklbG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages