ରାଜଧାନୀରେ ମାତିଛି ଜମ୍‌ତରା ଗ୍ୟାଙ୍ଗ; ଫୋନ୍‌ କଲରେ ଆକାଉଣ୍ଟ ହୋଇଯାଉଛି ଖାଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 14, 2020

ରାଜଧାନୀରେ ମାତିଛି ଜମ୍‌ତରା ଗ୍ୟାଙ୍ଗ; ଫୋନ୍‌ କଲରେ ଆକାଉଣ୍ଟ ହୋଇଯାଉଛି ଖାଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଆପଣଙ୍କ ନିକଟକୁ ଫୋନ୍‌ କଲ୍‌  ଆସୁଥିଲେ ସାବଧାନ। ଏପରି ବ୍ୟକ୍ତି ଏଟିଏମ୍‌ର ୧୬ଟିକିଆ ନମ୍ବର ମାଗୁଛନ୍ତି। ନଦେଲେ ଉଭୟ କାର୍ଡ ଓ ଆକାଉଣ୍ଟକୁ ବନ୍ଦ କରି ଦିଆଯିବ ବୋଲି ଧମକ ମଧ୍ୟ ଦେଉଛନ୍ତି। ଏପରି ଭୟଭୀତ କରି ଏଟିଏମ୍‌ ନମ୍ବର ପାଇଗଲେ ଆକାଉଣ୍ଟରେ କଳା କନା ବୁଲାଇ ଦେଉଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ଏପରି କାଣ୍ଡ ଘଟାଉଥିବା ଝାଡ଼ଖଣ୍ଡର ‘ଜମ୍‌ତରା ଗ୍ୟାଙ୍ଗ’ ପ୍ରତି ସତର୍କ କରାଇ ଦେଇଛି କମିଶନରେଟ ପୁଲିସ୍‌  । ସାଇବର ଅପରାଧର ପାଠଶାଳା ପାଲଟିଛି ଜମ୍‌ତରା ଶାଖା । ଏବେ ଏହି ଗ୍ୟାଙ୍ଗ ରାଜଧାନୀରେ ବେଶ୍‌ ସକ୍ରିୟ ଥିବା ନେଇ ଏକ ଭିଡିଓ ଜାରି କରି ସତର୍କ କରାଇ ଦେଇଛି କମିଶନରେଟ୍ ପୁଲିସ୍‌।

ଏହି ଗ୍ୟାଙ୍ଗରେ ବେକାର ଇଞ୍ଜିନିଅରିଂ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଉଛି । ଆଗକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାଲ ବିଛାଇ ଠକ ଲୁଟିବାକୁ ଯୋଜନା ରଖିଥିବା ଜଣାପଡିଛି । ଏହି ଗ୍ୟାଙ୍ଗଠୁ ସତର୍କ ରହିବାକୁ ନିବେଦନ କରିଛି ପୁଲିସ୍‌ । ଏଭଳି ଢଙ୍ଗରେ ଆସୁଥିବା ଫୋନ୍ କଲଠାରୁ ଦୂରରେ ରହିବା ଉଦ୍ଦେଶ୍ୟରେ ଏକ ଭିଡିଓ ମଧ୍ୟ ଜାରି  କରାଯାଇଛି।

The post ରାଜଧାନୀରେ ମାତିଛି ଜମ୍‌ତରା ଗ୍ୟାଙ୍ଗ; ଫୋନ୍‌ କଲରେ ଆକାଉଣ୍ଟ ହୋଇଯାଉଛି ଖାଲି appeared first on Odisha Reporter.



from Odisha Reporter https://ift.tt/3gRgdEW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages