ମୁମ୍ୱାଇ: ନିଜ ରୋକଠୋକ୍ ମନ୍ତବ୍ୟ ପାଇଁ ସାରା ଦେଶରେ ପରିଚିତ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ନିକଟରେ ମୁମ୍ୱାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଆନଜିଓପ୍ଲାଷ୍ଟି ଚିକିତ୍ସା ପାଇଁ ସେ ଭର୍ତ୍ତି ହୋଇଥିଲେ। ଶନିବାର ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
କିଛି ଦିନ ପାଇଁ ସଞ୍ଜୟ ରାଉତଙ୍କୁ କମ୍ କଥା ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଯେତେ କମ୍ କଥା କହିବେ ଓ ଚିନ୍ତା ମୁକ୍ତ ଜୀବନଶୈଳୀ ବିତାଇବେ ତାଙ୍କ ପାଇଁ ଭଲ ବୋଲି ଡାକ୍ତର ପରାମର୍ଶ ଦେଇଥିବା ସେ ପ୍ରତିକ୍ରିୟାରେ କହିଛନ୍ତି। ଏବେ ସେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବେ। ପୁଣିଥରେ ହସ୍ପିଟାଲକୁ ଆସିବାକୁ ଚାହାନ୍ତି ନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କର ଏହି ଚିକିତ୍ସା ହୋଇଥିଲେ। ହେଲେ କରୋନା ପାଇଁ ବାକି ଥିବା ସର୍ଜରୀକୁ ଅଟକାଇ ଦେଇଥିଲେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ସଞ୍ଜୟଙ୍କର ଆନଜିଓପ୍ଲାଷ୍ଟି ଅପରେସନ ହୋଇଥିଲା। ଏବେ ସେ ଡିସଚାର୍ଜ ହୋଇଛନ୍ତି। ଡାକ୍ତର ତାଙ୍କୁ ବିଭିନ୍ନ ପରାମର୍ଶ ଦେବା ସହିତ ଖାଇବା ରୁଟିନ୍ ମଧ୍ୟ ଦେଇଛନ୍ତି। ଏବେ ସେ ଛୁଟିରେ ଅଛନ୍ତି। ସୋମବାର ପାଖରୁ ଖବରକାଗଜ ‘ସାମ୍ନା’ ଅଫିସରେ ଯୋଗ ଦେବେ।
The post କମ୍ କଥା କହିବାକୁ ସଞ୍ଜୟ ରାଉତଙ୍କୁ ଡାକ୍ତରଙ୍କ ପରାମର୍ଶ appeared first on Odisha Reporter.
from Odisha Reporter https://ift.tt/2VKv8qK
No comments:
Post a Comment