ସାବଧାନ ! ମହୁକୁ ନେଇ ଆସିଲା ସାଂଘାତିକ ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 2, 2020

ସାବଧାନ ! ମହୁକୁ ନେଇ ଆସିଲା ସାଂଘାତିକ ରିପୋର୍ଟ

ନୂଆଦିଲ୍ଲୀ: ମହୁ ସ୍ୱାସ୍ଥ୍ୟ ପାଇଁ ହିତକର। ଏଥିରେ ବହୁ ଔଷଧୀ ଗୁଣ ଭରି ରହିଛି। ସେଥିପାଇଁ ଏହାକୁ କେହି କେହି ସେମିତି ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି ତୁଳସୀ ପତ୍ର ରସରେ ମିଶାଇ ପିଅନ୍ତି। ହେଲେ ଯଦି ଆପଣ ବଜାରରେ ବିକ୍ରି ହେଉଥିବା ମହୁ ଖାଉଛନ୍ତି, ତା’ହେଲେ ସମୟ ଆସିଛି ସତର୍କ ହୋଇଯିବାର। କାରଣ ଅନେକ ନାମୀଦାମୀ ବ୍ରାଣ୍ଡର ମହୁର ଶୁଦ୍ଧତା ପରୀକ୍ଷା ରିପୋର୍ଟ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ନିକଟରେ ବଜାରରେ ମିଳୁଥିବା ଭଳିକି ଭଳି କମ୍ପାନୀର ମହୁର ଗୁଣବତ୍ତାକୁ ନେଇ ଏକ ପରୀକ୍ଷା କରାଯାଇଥିଲା। ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସଇ) ଏହାର ପରୀକ୍ଷା କରାଇଥିଲା। ପରୀକ୍ଷା ବେଳେ ୧୮ଟି ଗୁଣବତ୍ତା ଉପରେ ଧ୍ୟାନ ଦିଆଯାଇଥିଲା, ଯାହାକି ‘ଶୁଦ୍ଧ ମହୁ’ର ପ୍ରକୃତ ସଂଜ୍ଞାକୁ ବୁଝାଏ। ସେଥିପାଇଁ ୧୩ଟି ବ୍ରାଣ୍ଡର ମହୁକୁ ପରୀକ୍ଷା ପାଇଁ ନିଆଯାଇଥିଲା। ସେଥିମଧ୍ୟରେ ଡାବର, ପତଞ୍ଜଳି, ବୌଦ୍ୟନାଥ ଓ ଝଣ୍ଡୁ ଭଳି ଜଣାଶୁଣା ଓ ପ୍ରମୁଖ କମ୍ପାନୀର ମହୁ ଥିଲା।

ସିଏସଇର ଫୁଡ୍ ଆଣ୍ଡ ଟକ୍ସିନ ଟିମର ନିର୍ଦ୍ଦେଶକ ଅମିତ ଖୁରାନିଆ କହିଛନ୍ତି, “ଯେଉଁ ରିପୋର୍ଟ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ଆମେ ଜାଣିବାକୁ ପାଇଲୁ ଯେ ଚିନି ସିରପକୁ ଏଭଳି ଭାବରେ ପ୍ରସ୍ତୁତ କରାଯାଇ ମହୁ କରାଯାଇଛି ଯେ ଏହା ଜଣାପଡ଼ିବ ନାହିଁ।”

ସିଏସଇର ଡିରେକ୍ଟର ଜେନେରାଲ ସୁନୀତା ନାରିନ୍ ଆହୁରି କହିଛନ୍ତି ଯେ କିଛି ଭାରତୀୟ କମ୍ପାନୀ ଚାଇନାରୁ ସିନ୍ଥେଟିକ୍ ଚିନି ଆମଦାନୀ କରୁଛନ୍ତି। ଏହି ଚିନିକୁ ମହୁରେ ବ୍ୟବହାର କରି ଅପମିଶ୍ରଣ କରାଯାଉଛି। ଏହି ସିନ୍ଥେଟିକ୍ ଚିନିକୁ ମିଶାଇଲେ ମହୁର ଅଧା ମାନ ଆସିଯିବ, ଯାହାକୁ କମ୍ପାନୀମାନେ ଶୁଦ୍ଧ ମହୁ ବୋଲି କହୁଛନ୍ତି। ତେବେ ଏହି ମହୁରେ ଆଖୁ ଚିନି ନା ଚାଉଳ ଚିନି ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି। ଏହାର ପରୀକ୍ଷା କରିବା ଦରକାର ବୋଲି ଦାବି ହୋଇଛି।

ହେଲେ ଡାବର କମ୍ପାନୀ ଏହି ଅଭିଯୋଗକୁ ଖଣ୍ଡନ କରିଛି। ‘କୌଣସି ଅନିୟମିତତା’ ହୋଇନି ବୋଲି ଡାବର କହିଛି। ଜର୍ମାନୀର ଏକ କମ୍ପାନୀ ‘ବ୍ରୁକର’ ଠାରୁ ଜୁଲାଇ ୨୦ରେ ମିଳିଥିବା ରିପୋର୍ଟ ପ୍ରଦାନ କରି ଏହା ସମସ୍ତ ପ୍ରମାଣ ଦେଖାଇଛି, ଯାହା ଏନଏମଆର ଇମାଜିଙ୍ଗ୍ ଉତ୍ପାଦକ ଭାବରେ ତାଲିକାଭୁକ୍ତ ହୋଇଥିଲା। ଏଥିରେ ଡାବରର ମହୁ ତିଆରିରେ ବ୍ୟବହୃତ ହୋଇଥିବା ସମସ୍ତ ସାମଗ୍ରୀକୁ ଦର୍ଶାଯାଇଥିଲା।

ଏନଏମଆର ହେଉଛି Nuclear Magnetic Resonance। ଏହି ପରୀକ୍ଷା ସାଧାରଣତଃ ରପ୍ତାନୀ ବେଳେ କରିବା ଅନିର୍ବାର୍ଯ୍ୟ। ଜର୍ମାନୀରେ ଏହି ପରୀକ୍ଷାଗାର ରହିଛି। ଏହି ପରୀକ୍ଷା ଦ୍ୱାରା କୌଣସି ସାମଗ୍ରୀର ପ୍ରତି ଦାନାର ଶୁଦ୍ଧତା ଜଣାପଡ଼ିଥାଏ। ସିଏସଇ ମଧ୍ୟ ଏହି ପରୀକ୍ଷା କରାଇଥିବା ସୂଚନା ରହିଛି। ହେଲେ ଆମ ଦେଶର ବଜାରରେ ବିକ୍ରି ହେଉଥିବା ମହୁ ପାଇଁ ଏହି ଏନଏମଆର ପରୀକ୍ଷା କରାଯାଏ ନାହିଁ। ଭାରତୀୟ ଆଇନ୍ ଅନୁସାରେ ମଧ୍ୟ ଏହି ପରୀକ୍ଷା କରିବାର ଆବଶ୍ୟକତା ନାହିଁ। ମୁଖ୍ୟତଃ ରପ୍ତାନୀ ବେଳେ ଏହି ପରୀକ୍ଷା କରାଯାଏ।

ସିଏସଇ କହିଛି, ସଫୋଲା, ମାର୍କଫେଡ୍ ଶୋହନା ଏବଂ ନେଚର ନେକ୍ଟର କମ୍ପାନୀର ଛଅଟି ସାମଗ୍ରୀ ଏନଏମଆର ପରୀକ୍ଷାରେ ପାସ୍ ହୋଇପାରିବ।

 

The post ସାବଧାନ ! ମହୁକୁ ନେଇ ଆସିଲା ସାଂଘାତିକ ରିପୋର୍ଟ appeared first on Odisha Reporter.



from Odisha Reporter https://ift.tt/36Ang1g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages