ନୂଆଦିଲ୍ଲୀ: ଫାଇଜର୍ ଓ ବାୟୋଏନଟେକର କରୋନା ଭାଇରସ୍ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଅନୁମୋଦନ ମିଳିଛି। WHO ଏହି ଟିକାର ଏମରଜେନ୍ସି ବ୍ୟବହାରକୁ ନେଇ ଅନୁମତି ପ୍ରଦାନ କରିଛି। ମଞ୍ଜୁରୀ ଦେବା ପରେ WHO ସାରା ଦୁନିଆରେ ତା’ର ଆଞ୍ଚଳିକ କାର୍ଯ୍ୟାଳୟ ଜରିଆରେ ସେଠାକାର ଦେଶଗୁଡ଼ିକୁ ଟିକାର ଲାଭ ସମ୍ବନ୍ଧରେ ଅବଗତ କରାଇବ। WHO ଠାରୁ ଅନୁମତି ମିଳିବା ପରେ ଏବେ ସାରା ଦୁନିଆରେ ଫାଇଜର୍ କରୋନା ଭ୍ୟାକସିନର ବ୍ୟବହାର କରିବା ପାଇଁ ବାଟ ଫିଟିଯାଇଛି। ଅନ୍ୟପକ୍ଷରେ ଭାରତରେ ଅକ୍ସଫୋର୍ଡର କରୋନା ଭ୍ୟାକସିନକୁ ମଞ୍ଜୁରୀ ମିଳିବା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ।
WHO ଗରିବ ଦେଶଗୁଡ଼ିକରେ ଯଥାଶୀଘ୍ର ଟିକା ପହଞ୍ଚାଇବା ପାଇଁ ଏମରଜେନ୍ସି ୟୁଜ୍ ଲିଷ୍ଟିଙ୍ଗ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛି। ଏହି ତାଲିକାରେ ସାମିଲ୍ ହେବା ପରେ ସମଗ୍ର ଦୁନିଆର ଦେଶରେ ସହଜରେ କୌଣସି କରୋନା ଭ୍ୟାକସିନକୁ ଆପାତ୍ତକାଳୀନ ଭାବେ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିପାରିବ।
ଫାଇଜର ଭ୍ୟାକସିନର ସମୀକ୍ଷା କରିବା ପରେ WHO କହିଛି, ଏଥିରେ ସୁରକ୍ଷା ଓ ସାମର୍ଥ୍ୟ ପାଇଁ ଆବଶ୍ୟକ ମାନଦଣ୍ଡ ମିଳିବା ଦରକାର। ଫାଇଜର୍-ବାୟୋଏନଟେକ୍ ଭ୍ୟାକସିନକୁ ଆମେରିକା, ବ୍ରିଟେନ୍, ୟୁରୋପିଆନ୍ ସଂଘ ଓ ଡଜନରୁ ଅଧିକ ଦେଶ ବହୁ ଆଗରୁ ମଞ୍ଜୁରୀ ଦେଇସାରିଛନ୍ତି।
ଫାଇଜରର କରୋନା ଭ୍ୟାକସିନ୍ ପ୍ରଥମେ ବ୍ରିଟେନରେ ଏମରଜେନ୍ସି ବ୍ୟବହାର କରିବାକୁ ମଞ୍ଜୁରୀ ଦେଇଥିଲା। ଏହା ପରେ ଆମେରିକା ମଧ୍ୟ ଏହି ଭ୍ୟାକସିନକୁ ଅନୁମତି ଦେଇଥିଲା। ତେବେ ଆମେରିକାରେ ଫାଇଜର୍ ଭ୍ୟାକସିନ୍ ନେବାର କିଛି ଦିନ ପରେ ଜଣେ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହେବ ଘଟଣା ସାମ୍ନାକୁ ଆସିଥିଲା। ୪୫ ବର୍ଷୀୟ ପୁରୁଷ ନର୍ସ କହିଛନ୍ତି, ସେ ଡିସେମ୍ବର ୧୮ ତାରିଖରେ କରୋନା ଭ୍ୟାକସିନ୍ ନେଇଥିଲେ। ତେବେ ଏହାର ୬ ଦିନ ପରେ ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଥିଲା।
The post ଫାଇଜର୍ ଟିକାକୁ WHOର ଅନୁମୋଦନ appeared first on Odisha Reporter.
from Odisha Reporter https://ift.tt/3rJWkEI
No comments:
Post a Comment