ମହେଶ ମଞ୍ଜରେକରଙ୍କ ନାଁରେ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 17, 2021

ମହେଶ ମଞ୍ଜରେକରଙ୍କ ନାଁରେ ମାମଲା

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ନାଁରେ ରୁଜୁ ହେଲା ମାମଲା। ପୁଣେର ଏକ ଥାନାରେ ତାଙ୍କ ନାଁରେ ଏଫ୍‌ଆଇଆର୍ ରୁଜୁ ହୋଇଛି। ଜଣେ ବ୍ୟକ୍ତିଙ୍କୁ ମାରପିଟ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି।


ସୂଚନା ଯୋଗ୍ୟ ଯେ, ଗତ ୧୫ ତାରିଖରେ ଏକ ରୋଡ୍ ରେଜ ମାମଲାରେ ମହେଶ ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହ ଗାଳି ଗୁଲଜ କରିଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ପୁଣେର ଏକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମହେଶଙ୍କ ନାଁରେ ଏକ ଅଜ୍ଞତା ଅପରାଧ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହାପୂର୍ବରୁ ୨୦୨୦ରେ ମହେଶଙ୍କୁ କେହି ଜଣେ ବ୍ୟକ୍ତି ୩୫ କୋଟି ଟଙ୍କା ମାଗିବା ସହ ଧମକ ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ।

ମହେଶ ମଞ୍ଜରେକର ବହୁ ପ୍ରତିଭାର ଅଧିକାରୀ। ଅଭିନୟ ସହ ସେ ଫିଲ୍ମ ନର୍ଦ୍ଦେଶନା, ପ୍ରଯୋଜନା, ରାଇଟିଂ ଠାରୁ ଆରମ୍ଭ କରି ପ୍ରଡକ୍ସନରେ ମଧ୍ୟ କାମ କରିଛନ୍ତି । ଅଧିକାଂଶ ବଲିଉଡ ଫିଲ୍ମରେ ମହେଶଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳେ । ମହେଶ ଏବେ ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ର ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି।

The post ମହେଶ ମଞ୍ଜରେକରଙ୍କ ନାଁରେ ମାମଲା appeared first on Odisha Reporter.



from Odisha Reporter https://ift.tt/3oRJbYt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages