ଦ୍ୱିତୀୟ ଥର ଅଯୋଗ୍ୟ ଘୋଷିତ ହେଲେ ଟ୍ରମ୍ପ, ରାଷ୍ଟ୍ରପତି ପଦରୁ ହୋଇପାରନ୍ତି ବିଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 13, 2021

ଦ୍ୱିତୀୟ ଥର ଅଯୋଗ୍ୟ ଘୋଷିତ ହେଲେ ଟ୍ରମ୍ପ, ରାଷ୍ଟ୍ରପତି ପଦରୁ ହୋଇପାରନ୍ତି ବିଦା

ୱାଶିଂଟନ: ଆମେରିକା ରାଜନୀତିରେ ନୂଆ ଇତିହାସ ସୃଷ୍ଟି ହୋଇଛି। ପ୍ରଥମଥର ପାଇଁ ଜଣେ ରାଷ୍ଟ୍ରପତିଙ୍କୁ ୨ ଥର ପ୍ରତିନିଧି ସଭାର ସଦସ୍ୟମାନେ ଭୋଟିଂ ମାଧ୍ୟମରେ ଅଯୋଗ୍ୟ ଘୋଷଣା କରିଛନ୍ତି। ଅର୍ଥାତ ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ନିମ୍ନ ସଦନ ବା ଆମେରିକା ପ୍ରତିନିଧି ସଭାରେ ପାରିତ ହୋଇଛି।

ନିର୍ବାଚନରେ ପରାଜୟ ସତ୍ତ୍ୱେ ଏହାକୁ ସ୍ୱୀକାର ନ କରିବା ଓ ସମର୍ଥକମାନଙ୍କ ଦ୍ୱାରା ଆମେରିକାର କ୍ୟାପିଟୋଲ ବିଲଡିଂରେ ହିଂସାକାଣ୍ଡ ଘଟାଇବାକୁ ଉସକାଇବା ଭଳି ଘଟଣା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକୀୟ ସଂସଦର ନିମ୍ନ ସଦନ ଅଯୋଗ୍ୟ ଘୋଷଣା କରିଛି।

ଆସନ୍ତା ସପ୍ତାହରେ ତାଙ୍କ କାର୍ଯ୍ୟକାଳ ପୂରିବାର ଥିଲା। ହେଲେ ଏହା ପୂର୍ବରୁ ହିଁ ରାଷ୍ଟ୍ରପତି ପଦରୁ ଟ୍ରମ୍ପ ବିଦା ହେବାର ଆଶଙ୍କା ପ୍ରକାଶ ପାଇଛି। ଟ୍ରମ୍ପଙ୍କ ବିରୋଧରେ ଆସିଥିବା ପ୍ରଥମ ମହାଭିଯୋଗ ପ୍ରସ୍ତାବକୁ କୌଣସି ରିପବ୍ଲିକାନ ପାର୍ଟିର ସଦସ୍ୟ ସମର୍ଥନ କରି ନଥିଲେ। ତେବେ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୧୦ ଜଣ ରିପବ୍ଲିକାନ ପାର୍ଟିର ସଦସ୍ୟ ଭୋଟ ଦେଇଛନ୍ତି।

ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ହୋଇଥିଲେ ହେଁ ଏହାର ୧୦ ଜଣ ସଦସ୍ୟ ତାଙ୍କ ବିରୋଧରେ ଭୋଟ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଟ୍ରମ୍ପଙ୍କ ସପକ୍ଷରେ ୧୯୭ ଭୋଟ ପଡ଼ିଥିବା ବେଳେ ତାଙ୍କ ବିରୋଧରେ ୨୩୨ ଖଣ୍ଡ ଭୋଟ ପଡ଼ିଛି। ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ଜୋ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିର ୨୨୨ ଜଣ ସଦସ୍ୟ ଭୋଟିଂ କରିଛନ୍ତି। ପ୍ରସ୍ତାବ ପାରିତ କରିବା ପାଇଁ ୨୧୮ ଖଣ୍ଡ ଭୋଟର ଆବଶ୍ୟକ ଥିବା ବେଳେ ଟ୍ରମ୍ପଙ୍କ ବିରୋଧରେ ୨୩୨ ଖଣ୍ଡ ଭୋଟ ପଡ଼ିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଏବେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ୍ୟ ପ୍ରତିନିଧି ସଭାରେ ପାସ୍‌ ହୋଇଛି। ତେଣୁ ଆମେରିକା ସିନେଟ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତ ନେବ। ଯଦି ସିନେଟ ପ୍ରସ୍ତାବ ଉପରେ ମୋହର ମାରିବ, ତା’ହେଲେ ଟ୍ରମ୍ପଙ୍କୁ କାର୍ଯ୍ୟକାଳ ପୂରଣ ହେବା ଆଗରୁ ରାଷ୍ଟ୍ରପତି ପଦ ଛାଡ଼ିବାକୁ ପଡ଼ିବ।

ଆମେରିକା ସିନେଟ୍‌ରେ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ୫୧ ଜଣ ସଦସ୍ୟ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ୫୦ ଜଣ ସଦସ୍ୟ ରହିଛନ୍ତି। ତେଣୁ ଏଠାରେ ମହାଭିଯୋଗ ପ୍ରସ୍ତାବ ପାରିତା ହେବା, ଏତେଟା ସହଜ ହେବନାହିଁ। କିନ୍ତୁ ଏକାଧିକ ରିପବ୍ଲିକାନ ପାର୍ଟିର ସଦସ୍ୟ ଟ୍ରମ୍ପଙ୍କ ବିରୋଧରେ ଥିବାରୁ ପୂରା ଘଟଣା କେଉଁ ମୋଡ଼ ନେଉଛି, ତା’ ଉପରେ ସମସ୍ତଙ୍କ ନଜର।

୨୦୧୯ରେ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା। କିନ୍ତୁ ଆମେରିକା ସିନେଟ ଏହାକୁ ୫୨-୪୮ ଭୋଟ ବ୍ୟବଧାନରେ ଖାରଜ କରିଦେଇଥିଲା। ମହାଭିଯୋଗ ପ୍ରସ୍ତାବ ଆସିଥିଲେ ହେଁ ଟ୍ରମ୍ପ ୨୦୨୦ ନିର୍ବାଚନ ଲଢ଼ିଥିଲେ। ଏପରି ଘଟଣା ଘଟିବାରେ ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି।

The post ଦ୍ୱିତୀୟ ଥର ଅଯୋଗ୍ୟ ଘୋଷିତ ହେଲେ ଟ୍ରମ୍ପ, ରାଷ୍ଟ୍ରପତି ପଦରୁ ହୋଇପାରନ୍ତି ବିଦା appeared first on Odisha Reporter.



from Odisha Reporter https://ift.tt/3ib1F3k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages