ଔଷଧ ଦେଲେନି ବୋଲି ଜୀବନ ନେଇଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 1, 2021

ଔଷଧ ଦେଲେନି ବୋଲି ଜୀବନ ନେଇଗଲେ

ନାରାୟଣପାଟଣା (ପି. ଗୋବିନ୍ଦ ରାଜୁ ସୁବୁଦ୍ଧି): ଚେରମୂଳି ଔଷଧ ନ ଦେବାରୁ ଜଣେ ବଇଦକୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଖାଲୁଆ ଗାଁରେ। ମୃତ ବଇଦଙ୍କ ନାଁ ମୁକୁନା ହବିକା। ତାଙ୍କୁ ୪୫ ବର୍ଷ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ଗାଁର ସୁଭାଷ ସିରିକାଙ୍କ ବାପାଙ୍କ ଦେହ ଅସୁସ୍ଥ ହୋଇଥିଲା। ବାପାଙ୍କ ପାଇଁ ଔଷଧ ଆଣିବାକୁ ମୁକୁନା ହବିକାଙ୍କ ନିକଟକୁ ଯାଇଥିଲେ ସୁଭାଷ। ହେଲେ ମୁକୁନା ତାଙ୍କୁ ଔଷଧ ଦେବାକୁ ମନା କରି ଦେଇଥିଲେ।

ଏହା ପରେ ସୁଭାଷ ଓ ଗାଁର ଆଉ ପାଞ୍ଚ ଛଅ ଜଣ ଲୋକମିଶି ମୁକୁନାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ମୁକୁନାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମୃତଦେହକୁ ଘରେ ରଖି ଦେଇ ଅଭିଯୁକ୍ତମାନେ ଚାଲି ଯାଇଥିଲେ। ମୃତ ମୁକୁନାଙ୍କ ପୁଅ ଘଟଣା ସହପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇଛି।

ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି। କୋରପୁଟରୁ ଏକ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି।

The post ଔଷଧ ଦେଲେନି ବୋଲି ଜୀବନ ନେଇଗଲେ appeared first on Odisha Reporter.



from Odisha Reporter https://ift.tt/3n14zIU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages