ନୂଆଦିଲ୍ଲୀ: ଶୁକ୍ରବାର (ଜାନୁଆରୀ ୨୨) କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ ବସିବ। କୋଭିଡ୍ ପାଇଁ ଏହି ବୈଠକ ଭରଚୁଆଲ ମୋଡ଼ରେ ବସିବ ବୋଲି ସୂଚନା ରହିଛି। ଏହି ବୈଠକରେ କୋଭିଡ୍ ମହାମାରୀ, ଅର୍ଣ୍ଣବ ଗୋସ୍ୱାମୀ ଚାଟ୍ ଲିକ୍, କୃଷି ଆଇନ୍ ପ୍ରସଙ୍ଗରେ ଚର୍ଚ୍ଚା ହେବ। ଦଳୀୟ ନେତାଙ୍କ ସୂଚନା ଅନୁଯାୟୀ ଏହି ବୈଠକରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ। ଜାନୁଆରୀ ୨୬ରେ କେନ୍ଦ୍ର ସରକାର କୃଷି ଆଇନକୁ ବିରୋଧ କରି ଚାଷୀ ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଛନ୍ତି। ତେଣୁ ବିରୋଧୀ କଂଗ୍ରେସ ମଧ୍ୟ ଏନେଇ ନିଜର ଆଭିମୁଖ୍ୟ ମଧ୍ୟ ଏହି ବୈଠକରୁ ବାହାର କରିବ।
ମଙ୍ଗଳବାର ଓ୍ୱାଏନାଡ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ରର ତିନି କୃଷି ଆଇନକୁ କଡା ବିରୋଧ କରିଥିଲେ। ଏହି ଆଇନ୍ ଚାଷୀଙ୍କ ହିତରେ ନୁହେଁ ବୋଲି କହିଥିଲେ। ଏଥିସହ କଂଗ୍ରେସ ନେତା ଏକ ଆଣ୍ଟୋନୀ ଅର୍ଣ୍ଣବ ଗୋସ୍ୱାମୀ ଚାଟ୍ ଲିକ୍ ପ୍ରସଙ୍ଗରେ କହିଥିଲେ ଦେଶର ସୁରକ୍ଷା ସମ୍ପର୍କୀତ ଖବର ଯିଏ କେହି ଭି ପାଇବା ଦେଶର ସୁରକ୍ଷା ପାଇଁ ବିପଦ। ଏ ବାବାଦରେ ତଦନ୍ତ ଦାବି କରିଛନ୍ତି ଆଣ୍ଟୋନୀ। ଅନ୍ୟ କଂଗ୍ରେସ ନେତା ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ ଶିନ୍ଧେ, ପୂର୍ବତନ ଆଇନ୍ ମନ୍ତ୍ରୀ ସଲମାନ୍ ଖୁର୍ସିଦ୍ ଏବଂ ବିରୋଧୀ ଦଳର ନେତା ଗୁଲାମ୍ ନବୀ ଆଜାଦ୍ ମଧ୍ୟ ଆଣ୍ଟୋନୀଙ୍କ ଦାବିକୁ ସମର୍ଥନ କରିଥିଲେ।
ତେବେ ଜାନୁଆରୀରେ କଂଗ୍ରେସର ନୂଆ ଅଧ୍ୟକ୍ଷ ବାବଦରେ ଆଲୋଚନା ହେବ କି ନାହିଁ ସ୍ପଷ୍ଟ ହୋଇନାହିଁ। ସୋନିଆ ଗାନ୍ଧୀ ଅସୁସ୍ଥ ଥିବାରୁ ଚଳିତ ମାସରେ ନୂଆ ଅଧ୍ୟକ୍ଷ ବାବଦରେ ନିର୍ବାଚନ ହେବାର ଥିଲା। ଏ ବାବଦରେ ବଡ଼ ବଡ଼ିଆ କଂଗ୍ରେସ ନେତା ଯଦିଓ ଚୁପ୍ ରହିଛନ୍ତି ହେଲେ ନିକଟରେ କପିଲ ଶିବଲ ନିର୍ବାଚନ ବାବଦରେ ଦଳର ନିରବତାକୁ ନେଇ ମୁହଁ ଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ।
The post ଶୁକ୍ରବାର କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ, ଚାଟ୍ ଲିକ ପ୍ରସଙ୍ଗରେ ହେବ ଆଲୋଚନା ! appeared first on Odisha Reporter.
from Odisha Reporter https://ift.tt/3bZmBJU
No comments:
Post a Comment