ନୂଆଦିଲ୍ଲୀ: ଇସ୍ରୋରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ର ମଙ୍ଗଳବାର ତାଙ୍କ ଫେସବୁକ ପୋଷ୍ଟରେ ତିନି ବର୍ଷ ତଳର ଏକ ଘଟଣା ବାବଦରେ ଲେଖିଛନ୍ତି। ଯାହାକି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ତିନି ବର୍ଷ ପୂର୍ବେ ତାଙ୍କ ଖାଇବାରେ ବିଷ ମିଶାଯାଇଥିଲା ଆଉ ସେ ସେହି ଖାଦ୍ୟ ଖାଇଥିଲେ ବୋଲି କହିଛନ୍ତି। ତାଙ୍କ ସହ ଘଟିଥିବା ଏହି ଘଟଣାକୁ ଗୁପ୍ତ ରଖିଥିଲେ ବୋଲି ତପନ ମିଶ୍ର କହିଛନ୍ତି।
ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟ କାର୍ଯ୍ୟାଳୟରେ ଏକ ପଦୋନ୍ନତି ସାକ୍ଷାତକାର ଅବସରରେ ଏଭଳି ଘଟଣା ତାଙ୍କ ସହ ଘଟିଥିଲା ବୋଲି ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଏହି ସୁଯୋଗ୍ୟ ସନ୍ତାନ କହିଛନ୍ତି। ୨୩ ମେ ୨୦୦୭ରେ ତାଙ୍କ ଦୋସା ଏବଂ ଚଟଣୀରେ ଆର୍ସେନିକ୍ ଟ୍ରାଇଅକ୍ସାଇଡ୍ ବିଷାକ୍ତ କେମିକାଲ ମିଶାଯାଇଥିଲା ବୋଲି ତପନ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି। ତପନ ମିଶ୍ର ଏବେ ଇସ୍ରୋର ଜଣେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟରତ ଅଛନ୍ତି। ଚଳିତମାସ ଶେଷରେ ତପନ ମିଶ୍ର ଅବସର ଗ୍ରହଣ କରିବେ ବୋଲି ସୂଚନା ରହିଛି।
ତେବେ ଜୁଲାଇ ୨୦୧୭ରେ ଗୃହ ବିଭାଗର ସୁରକ୍ଷା କର୍ମୀମାନେ ତାଙ୍କୁ ଭେଟି ଆର୍ସେନିକ୍ ବିଷାକ୍ତ ବିଷୟରେ ସତର୍କ କରାଇଥିଲେ ଏବଂ ଡାକ୍ତରମାନଙ୍କୁ ପ୍ରତିକାର ବାବଦରେ କହିଥିଲେ। ଏହାରି ଭିତରେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହିତ ଚର୍ମ, ଫଙ୍ଗଲରେ ସଂକ୍ରମଣର ଶିକାର ହୋଇଥିଲେ ବୋଲି ବୈଜ୍ଞାନିକ ତପନ ମିଶ୍ର କହିଛନ୍ତି। ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଥିବାର ମେଡିକାଲ ରିପୋର୍ଟ ମଧ୍ୟ ସୋଶାଲ ମିଡିଆରେ ଶେୟାର କରିଛନ୍ତି ଶ୍ରୀ ମିଶ୍ର। ଏବେ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି ବୈଜ୍ଞାନିକ ତପନ ମିଶ୍ର। ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବା ପାଇଁ ଗୁପ୍ତଚର ଏଭଳି କାମ କରିଥାଇପାରନ୍ତି ବୋଲି ସେ ଅନୁମାନ କରିଛନ୍ତି। ତପନ ମିଶ୍ରଙ୍କ ଏହି ଫେସବୁକ ପୋଷ୍ଟ ଉପରେ ଇସ୍ରୋ କୌଣସି ପ୍ରତିକ୍ରିୟା ରଖିନାହିଁ।
Long Kept Secret
We, in ISRO, occasionally heard about highly suspicious death of Prof. Vikram Sarabhai in 1971. Also…
Posted by Tapan Misra on Tuesday, 5 January 2021
The post ଇସ୍ରୋରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ କହିଲେ ତାଙ୍କ ଖାଇବାରେ ବିଷ ମିଶାଯାଇଥିଲା appeared first on Odisha Reporter.
from Odisha Reporter https://ift.tt/396lJA0
No comments:
Post a Comment