ଜିଦରେ ଅଟଳ ସରକାର, ରଦ୍ଦ ହେବନି ତିନି କୃଷି ଆଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 17, 2021

ଜିଦରେ ଅଟଳ ସରକାର, ରଦ୍ଦ ହେବନି ତିନି କୃଷି ଆଇନ୍

ନୂଆଦିଲ୍ଲୀ: ଜାନୁଆରୀ ୧୯ ଦଶମ ପର୍ଯ୍ୟାୟ ବୈଠକ ରହିଛି। ଏହା ପୂର୍ବରୁ କେନ୍ଦ୍ରକୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ତିନି କୃଷି ଆଇନ ରଦ୍ଦ ହେବନି। କୃଷି ଆଇନକୁ ନେଇ ଚାଷୀଙ୍କର ଯେଉଁ ସବୁ ପ୍ରଶ୍ନ ରହିଛି ସେ ବାବଦରେ ଚାଷୀ ପଚାରିପାରିବେ। ସରକାର ମଧ୍ୟ ଖୋଲା ମନରେ ଆଲୋଚନା କରିବାକୁ ରାଜି ବୋଲି ତୋମାର କହିଛନ୍ତି।

ରବିବାର ତୋମାର କହିଛନ୍ତି, ସୁପ୍ରିମକୋର୍ଟ ତିନି କୃଷି ଆଇନ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। ତେଣୁ ଏବେ ଏହି ଆଇନ୍ ଲାଗୁ ହେବ ନାହିଁ। ଅନେକ ଚାଷୀ ଏହି ଆଇନକୁ ସମର୍ଥନ କରୁଛନ୍ତି। ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଲିଖିତ ଆକାରରେ ଆଇନକୁ ନେଇ ମନରେ ଥିବା ପ୍ରଶ୍ନ ସରକାରଙ୍କୁ ପଚାରିବା ଦରକାର। ଜାନୁଆରୀ ୧୯ରେ ଚାଷୀଙ୍କ ସହ ପରବର୍ତ୍ତୀ ବୈଠକ ହେବ। ଏହି ବୈଠକରେ ତିନି ଆଇନ୍ ରଦ୍ଦ ହେବନି। ବୈଠକରେ ଚାଷୀ ଏହାର ପ୍ରତିବଦଳରେ ନିଜର ଦାବି ଜଣାଇବା ଦରକାର।

ସୂଚନାଯୋଗ୍ୟ, ଦିଲ୍ଲୀ ସୀମାରେ ବସିଥିବା ଆନ୍ଦୋଳନରତ ଚାଷୀ ନେତା ଏବଂ ସରକାରଙ୍କ ମଧ୍ୟରେ ନଅଟି ପର୍ଯ୍ୟାୟରେ ବୈଠକ ବସି ସାରିଛି। ଏଯାଏ ଚାଷୀଙ୍କ ଦାବିର ସମାଧାନ ହୋଇନି। ଏବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଚାରି ଜଣିଆ କମିଟି ଗଠନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ। ତେବେ ଜଣେ ସଦସ୍ୟ ଓହରିଯାଇଛନ୍ତି। ହେଲେ ଏହି କମିଟି ଆଗରେ ଆନ୍ଦୋଳନରତ ଚାଷୀ ନିଜର ପ୍ରସଙ୍ଗ ରଖିବେନି ବୋଲି କହିଛନ୍ତି। କମିଟିର ତିନି ସଦସ୍ୟ ସରକାରଙ୍କ ସମର୍ଥକ ତେଣୁ କମିଟିର ସଦସ୍ୟଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି।

The post ଜିଦରେ ଅଟଳ ସରକାର, ରଦ୍ଦ ହେବନି ତିନି କୃଷି ଆଇନ୍ appeared first on Odisha Reporter.



from Odisha Reporter https://ift.tt/35PmBId

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages