କାର୍‌-ଟିପ୍ପର ମୁହାଁମୁହିଁ ଧକ୍କା, ଆଖି ବୁଜିଲେ ୧୭ ବର୍ଷୀୟା ନାବାଳିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

କାର୍‌-ଟିପ୍ପର ମୁହାଁମୁହିଁ ଧକ୍କା, ଆଖି ବୁଜିଲେ ୧୭ ବର୍ଷୀୟା ନାବାଳିକା

ସାଲେପୁର(ମନୋଜ ଆଚାର୍ଯ୍ୟ): ନିଶ୍ଚିନ୍ତକୋଇଲି ଥାନା କଟିକଟା ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟିପ୍ପର ଓ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

ମୃତାଜଣକ ୧୭ ବର୍ଷୀୟା ନାବାଳିକା  ସରିତା ମଲ୍ଲିକ ବୋଲି ଜଣାଯାଇଛି। ଏହି ଦୁର୍ଘଟଣାରେ ଗୁରୁତରମାନେ ହେଲେ ଦେବାଶିଷ ମହାନ୍ତି, ବାବାଜି ମଲ୍ଲିକ, ବିଶ୍ୱଜିତ ମଲ୍ଲିକ ଓ ସନ୍ଧ୍ୟାରାଣୀ ମଲ୍ଲିକ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବିଞ୍ଝାରପୁରରୁ ଜଣେ ରୋଗୀଙ୍କୁ ନେଇ ଏକ କାର୍‌ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଆସୁଥିଲା। ଆଜି ଭୋରରୁ କାର୍‌ଟି କଟିକଟା ନିକଟରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟିପ୍ପରଟି ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ , କାର୍‌ଟି ଟିପ୍ପରରେ ପିଟି ହୋଇ କିଛି ଦୂରରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ସରିତାଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲ ପଠାଇଛି। ଏହାପରେ ଦୁର୍ଘଟଣାଗ୍ରସ୍ତ ଟିପ୍ପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ୍‌ ଗାଡ଼ିକୁ ଜବତ କରି ଥାନାକୁ ଆଣିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।

 

The post କାର୍‌-ଟିପ୍ପର ମୁହାଁମୁହିଁ ଧକ୍କା, ଆଖି ବୁଜିଲେ ୧୭ ବର୍ଷୀୟା ନାବାଳିକା appeared first on Odisha Reporter.



from Odisha Reporter https://ift.tt/2LjHOTK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages