ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡ ମଧ୍ୟରେ ମୁହାଁମୁହିଁ ହେଲେ ପୁଲିସ-ଚାଷୀ। ଅନେକ ସ୍ଥାନରେ କୃଷକମାନେ ଟ୍ରାକ୍ଟର ରାଲି ବେଳେ ବାରିକେଡ ଭାଙ୍ଗି ଦେଇଛନ୍ତି। ଫଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଛି। ପୁଲିସ ଚାଷୀଙ୍କୁ ଆୟତ୍ତ କରିବାକୁ ଯାଇ ଟିଅର ଗ୍ୟାସ ମାଡ କରିବା ସହ ଲାଠି ଚାର୍ଜ ଆରମ୍ଭ କରିଛି।
ସଞ୍ଜୟ ଗାନ୍ଧି ଟ୍ରାନ୍ସପୋର୍ଟ ନଗର ଠାରେ କୃଷକମାନଙ୍କୁ ନିର୍ଦ୍ଧାରିତ ମାର୍ଗରୁ ଅନ୍ୟ ଏକ ମାର୍ଗରେ ଯିବା ବେଳେ ପୁଲିସ ଅଟକାଇଥିଲା। କିନ୍ତୁ କୃଷକମାନେ ପୁଲିସର କଥା ଶୁଣିନଥିଲେ। ଫଳରେ ପୁଲିସ ଏବଂ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପୁଲିସ ବାଧ୍ୟ ହୋଇ ଚାଷୀଙ୍କ ଉପରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା।
#WATCH Police use tear gas on farmers who have arrived at Delhi’s Sanjay Gandhi Transport Nagar from Singhu border#Delhi pic.twitter.com/fPriKAGvf9
— ANI (@ANI) January 26, 2021
ସାଧାରଣତନ୍ତ୍ର ପରେଡ ପରେ କୃଷକଙ୍କୁ ଟ୍ରାକ୍ଟର ପରେଡ ପାଇଁ ଦିଲ୍ଲୀ ପୁଲିସ ଅନୁମତି ଦେଇଛି। ତେବେ ଏହାପୂର୍ବରୁ କୃଷକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବାରିକେଡ ଭାଙ୍ଗି ଦେଇଛନ୍ତି। ଅକ୍ଷରଧାମ ପୂର୍ବରୁ ପୁଲିସ ଏନ୍ଏଚ୍-୨୪ରେ ବାରିକେଡ କରିଥିଲା। ତେବେ କେତେଜଣ କୃଷକ ଟ୍ରାକ୍ଟର ସାହାଯ୍ୟରେ ବାରିକେଡ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେହିପରି ଏହାପୂର୍ବରୁ କୃଷକମାନେ ଆଜି ସାକଳୁ ସିଙ୍ଘୁ ଏବଂ ଟିକ୍ରି ସୀମାରେ ମଧ୍ୟ ବାରିକେଡ ଭାଙ୍ଗି ଥିବା ଦେଖିବାକୁ ମିଳିଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ସିଙ୍ଘୁ ସୀମାରେ ବିଭିନ୍ନ ରାଜ୍ୟର କୃଷକ ସଙ୍ଗଠନମାନେ ଏକାଠି ହୋଇ ପ୍ରାୟ ୩ ମାସରୁ ଅଧିକ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ନୂଆ କୃଷି ଆଇନକୁ ରଦ୍ଦ କରିବାକୁ ସେମାନେ ଅଡି ବସିଛନ୍ତି। ଏହାରି ଭିତରେ କୃଷକମାନେ ଆଜି ଟ୍ରାକ୍ଟର ରାଲି କରୁଛନ୍ତି।
The post ଟ୍ରାକ୍ଟର ରାଲିରେ ଚାଷୀ-ପୁଲିସ ମୁହାଁମୁହିଁ, ଟିଅର ଗ୍ୟାସ୍ ମାଡ଼ appeared first on Odisha Reporter.
from Odisha Reporter https://ift.tt/2M4aIHU
No comments:
Post a Comment