ବାରିପଦା(ମାଣିକା ଲାଲ ପାଣି) : ପ୍ରାୟ ୧୫ ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ନିର୍ମାଣାଧିନ ସେତୁ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏପରି ଅଘଟଣର ପୁନରାବୃତ୍ତି ହୋଇଛି ମୟୂରଭଞ୍ଜ ଜିଲ୍ଲାରେ । ବାରିପଦା-ବଡ଼ସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।
ସେତୁ ପିଲର ପାଇଁ ଖୋଳାଯାଉଥିବା ଗାତରେ ଖସି ପଡ଼ିଲେ ଶ୍ରମିକ। ଗଭୀର ପାଣି ହେତୁ ଖାତରେ ଖସି ପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଲେ ଶ୍ରମିକ। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଶବ ରଖି ଧାରଣା ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ।
ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଠିକା ସଂସ୍ଥାର ମ୍ୟାନେଜରଙ୍କୁ ଆକ୍ରମଣ କରିବାକୁ ସେ ଗୁରୁତର ହୋଇପଡ଼ିଛନ୍ତି। ଏହାସତ୍ତ୍ୱେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକେ ତାଙ୍କୁ ଛାଡ଼ି ନ ଥିଲେ। ଏହାପରେ ବେତନଟୀ ପୁଲିସ୍ ପହଞ୍ଚି ବୁଝାସୁଝା କରି ଗୁରୁତର ମ୍ୟାନେଜରଙ୍କୁ ବାରିପଦା ମେଡିକାଲ ପଠାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ମଧ୍ୟ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜୁ ସେତୁ ଯୋଜନାରେ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇପଡ଼ିଥିଲେ। ପୋଲଟି ଭୁଶୁଡ଼ି ପଡିବାରୁ ଉକ୍ତ ସମୟରେ ସ୍ଲାବ୍ କାର୍ଯ୍ୟ କରୁଥିବା ୧୪ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ମହେନ୍ଦ୍ର ମାଳି। ସେ ସେଠାରେ ଉପସ୍ଥିତି ଥିବା ବେଳେ ହଠାତ୍ ପୋଲଟି ଭୁଶୁଡ଼ି ପଡ଼ିବାରୁ ପ୍ରାଣ ହରାଇଥିଲେ।
ଏହି ଘଟଣାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରି ତୁରନ୍ତ ସମ୍ପୃକ୍ତ ଠିକାଦାର ଏବଂ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଗିରଫ କରାଯାଇଥିଲା।
The post ବିଜୁ ସେତୁ କାମ ବେଳେ ଅଟଘଣ; ଶ୍ରମିକ ମୃତ appeared first on Odisha Reporter.
from Odisha Reporter https://ift.tt/3cjSNrw
No comments:
Post a Comment