ଭ୍ୟାକସିନ୍‌କୁ ଅନୁମତି; ମୋଦି କହିଲେ ‘ଦେଶ ପାଇଁ ଗର୍ବର କଥା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 3, 2021

ଭ୍ୟାକସିନ୍‌କୁ ଅନୁମତି; ମୋଦି କହିଲେ ‘ଦେଶ ପାଇଁ ଗର୍ବର କଥା’

ନୂଆଦିଲ୍ଲୀ: ଶେଷରେ ଭାରତରେ ପ୍ରସ୍ତୁତ କରୋନା ଭ୍ୟାକସିନକୁ ମିଳିଛି DGCI ଅନୁମୋଦନ। DGCI ସିରମ ଇନଷ୍ଟିଚ୍ୟୁଟର ଭ୍ୟାକସିନ୍ କୋଭିଶିଲ୍ଡ ଓ ଭାରତ ବାୟୋଟେକର ଭ୍ୟାକସିନ୍ କୋଭାକ୍ସିନର ବ୍ୟବହାରକୁ ଅନୁମତି ପ୍ରଦାନ କରିଛି। DGCI ଅନୁମୋଦନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବଧେଇ ଜଣାଇଛନ୍ତି।

ମୋଦି ଟୁଇଟ୍ କରି କହିଛନ୍ତି, ଭାରତରେ ପ୍ରସ୍ତୁତ ଯେଉଁ ଦୁଇଟି ଟିକାକୁ ଆପାତ୍ତକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି, ତାହା ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବର କଥା। ଏହା ମଧ୍ୟ ଦର୍ଶାଉଛି ଯେ ଆମ ଦେଶର ବୈଜ୍ଞାନିକମାନେ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ କେତେ ପରିଶ୍ରମ କରୁଛନ୍ତି।

ମୋଦିଙ୍କ ବ୍ୟତୀତ ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା କରୋନା ଭ୍ୟାକସିନକୁ ଅନୁମତି ମିଳିବା ପରେ ଖୁସିବ୍ୟକ୍ତ କରିଛନ୍ତି। ପୁନାୱାଲା ଟୁଇଟ୍ କରି କହିଛନ୍ତି, ସମସ୍ତଙ୍କୂ ନୂତନ ବର୍ଷର ଶୁଭକାମନା। ଭ୍ୟାକସିନକୁ ପ୍ରସ୍ତୁତ କରିବା ପାଇଁ ସିରମ ଇନଷ୍ଟିଚ୍ୟୁଟ୍ ଯେଉଁସବୁ ରିସ୍କ ଉଠାଇଥିଲା, ତା’ର ଫଳ ଆଜି ମିଳିଛି। ଭାରତର ପ୍ରଥମ କୋଭିଡ୍-୧୯ ଭ୍ୟାକସିନ୍ ସପ୍ତାହକ ଭିତରେ ଉପଲବ୍ଧ ହେବ ଏବଂ ଏହି ଭ୍ୟାକସିନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପ୍ରଭାବଶାଳୀ।

ସୂଚନାଯୋଗ୍ୟ, DGCI କହିଛି ଯେ ଉଭୟ କୋଭିଶିଲ୍ଡ ଓ କୋଭାକ୍ସିନ୍ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ। ଟିକାକରଣ ବେଳେ ଏହି ଭ୍ୟାକସିନକୁ ଦୁଇଟି ଲେଖାଏ ଡୋଜ୍ ଆକାରରେ ଦିଆଯିବ। ଅନ୍ୟପକ୍ଷରେ କୋଭିଡ୍ ହେଲଥ କେୟାରର ଭ୍ୟାକସିନକୁ କ୍ଲିନିକାଲ୍ ଟ୍ରାଏଲର ତୃତୀୟ ପର୍ଯ୍ୟାୟ ପାଇଁ ମଧ୍ୟ ଅନୁମତି ମିଳିଛି।

The post ଭ୍ୟାକସିନ୍‌କୁ ଅନୁମତି; ମୋଦି କହିଲେ ‘ଦେଶ ପାଇଁ ଗର୍ବର କଥା’ appeared first on Odisha Reporter.



from Odisha Reporter https://ift.tt/3ndyGg9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages