ଖୋଲିଲା ଦ୍ଵିତୀୟ ଶ୍ରୀକ୍ଷେତ୍ର, ଭାବ ବିହ୍ୱଳ ହେଲେ ଭକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 4, 2021

ଖୋଲିଲା ଦ୍ଵିତୀୟ ଶ୍ରୀକ୍ଷେତ୍ର, ଭାବ ବିହ୍ୱଳ ହେଲେ ଭକ୍ତ

ବାରିପଦା(ମାଣିକ ଲାଲ ପାଣି): ଆଜିଠୁ ଖୋଲିଲା ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର । ଆଜି ସକାଳୁ ସାଧାରଣ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଛି । ବାରିପଦା ସମେତ ଖିଚଂ ମନ୍ଦିର, କଖାରୁଆ ବୈଦ୍ୟନାଥ ମନ୍ଦିର, ଶିମିଳେଶ୍ଵର ମନ୍ଦିର, ଦେବକୁଣ୍ଡ ମା’ ଅମ୍ବିକା ଦେବୀଙ୍କ  ପରି ସମସ୍ତ ମନ୍ଦିର ମଧ୍ୟ ଆଜିଠୁ ଖୋଲିଛି।  ସେବାୟତମାନେ ସାନିଟାଇଜ ବ୍ୟବହାର କରିବା ସହ ସମସ୍ତଙ୍କ ନିମନ୍ତେ ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ଆଜି ବାରିପଦା ଜଗନ୍ନାଥ ମନ୍ଦିରକୁ ଫୁଲରେ ସୁନ୍ଦର ଭାବରେ ସଜା ଯାଇଥିବା ବେଳେ ଅଳ୍ପ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଛଡ଼ା ଯାଉଛି । ଦୀର୍ଘ ନଅ ମାସ ବ୍ୟବଧାନରେ ଆଜି ପ୍ରଥମ ଥର ପାଇଁ  ଠାକୁରଙ୍କ ଦର୍ଶନ ପାଇ ଭାବ ବିହ୍ୱଳ ହୋଇପଡ଼ିଛନ୍ତି ଭକ୍ତ। ପୌଷ ମାସ ସକାଳୁ ଆଜି ବାରିପଦା ଜଗନ୍ନାଥ ମନ୍ଦିରରେ   ଠାକୁରଙ୍କ ନୀତି ସମ୍ପନ୍ନ ହୋଇଅଛି ।

ସୂଚନାଯୋଗ୍ୟ, ମନ୍ଦିର ଖୋଲିବା ନେଇ  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତ ୨୯ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଧର୍ମାନୁଷ୍ଠାନର ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଥିଲେ।  କିନ୍ତୁ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ  ନିର୍ଦ୍ଦେଶ ଦିଆଯାଇଛି।

The post ଖୋଲିଲା ଦ୍ଵିତୀୟ ଶ୍ରୀକ୍ଷେତ୍ର, ଭାବ ବିହ୍ୱଳ ହେଲେ ଭକ୍ତ appeared first on Odisha Reporter.



from Odisha Reporter https://ift.tt/3ngxTeH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages