ପ୍ରଥମ ଦିନରେ ସାରା ଦେଶକୁ କେତେ ଟିକା ପଠାଇଲା ସେରମ, କେଉଁ ରାଜ୍ୟକୁ ମିଳିଲା କେତେ ଡୋଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 12, 2021

ପ୍ରଥମ ଦିନରେ ସାରା ଦେଶକୁ କେତେ ଟିକା ପଠାଇଲା ସେରମ, କେଉଁ ରାଜ୍ୟକୁ ମିଳିଲା କେତେ ଡୋଜ୍‌

ପୁଣେ: କରୋନା ଭାଇରସକୁ ମାତ ଦେବା ପାଇଁ ଆସନ୍ତା ୧୬ରୁ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଭାରତରେ ଆରମ୍ଭ ହେବ। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଙ୍ଗଳବାର ଠାରୁ କରୋନାର ସଞ୍ଜିବନୀ କୁହାଯାଉଥିବା ଟିକାକୁ ଦେଶର ବିଭିନ୍ନ ପ୍ରାନ୍ତକୁ ପଠାଇବା ଆରମ୍ଭ କରିଛି।

ପ୍ରଥମ ଦଫାରେ ୧.୧ କୋଟି କୋଭିସିଲ୍ଡ ଟିକାର ଡୋଜ୍‌ ଭାରତ ସରକାର ସେରମ ଠାରୁ ଆଣିବେ। ଏହିକ୍ରମରେ କମ୍ପାନୀ ଗତକାଲି ସନ୍ଧ୍ୟା ୫ ସୁଦ୍ଧା ୫୫ ଲକ୍ଷ ଡୋଜ୍‌ ଦେଶର ବିଭିନ୍ନ ପ୍ରାନ୍ତକୁ ପଠାଇ ଦେଇଛି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡ଼ିଛି। ଟିକା ପୁଣେ ସ୍ଥିତ ଡିପୋରୁ ବାହାରିବା ବେଳେ ଏହାକୁ ଜେଡ୍‌ ପ୍ଲସ ସୁରକ୍ଷା ବଳୟରେ ଏୟାରପୋର୍ଟ ଯାଏ ଅଣା ଯାଇଥିଲେ। ସବୁ ଟିକାର ପ୍ୟାକେଟ ଉପରେ ଲେଖା ଯାଇଛି ଯେ “ସମସ୍ତେ ରୋଗରୁ ସମ୍ଭବତଃ ମୁକ୍ତି ପାଇବେ।”

ଭୋର ୪.୩୦ରୁ ପୁଣେରୁ ବିମାନ ଗୁଡ଼ିକରେ ଟିକାର ଡୋଜ୍‌ ଗୁଡ଼ିକ ବାହାରିଥିଲା। ୧୦ ଘଣ୍ଟା ମଧ୍ୟରେ ଦିଲ୍ଲୀ, ଚେନ୍ନାଇ, କୋଲକାତା, ଭୁବନେଶ୍ୱର ଓ ହାଇଦ୍ରାବାଦ ଭଳି ସହରଗୁଡ଼ିକରେ ଏହା ପହଞ୍ଚି ଯାଇଛି। ମଙ୍ଗଳବାର ୫ଟା ସୁଦ୍ଧା ୧.୧ କୋଟି ଡୋଜ୍‌ରୁ ୫୫ ଲକ୍ଷ ଡୋଜ୍‌ ବିଭିନ୍ନ ସହରରେ ପହଞ୍ଚି ଯାଇଥିବା ସେରମ ପକ୍ଷରୁ କୁହାଯାଇଛି। ବୁଧବାର ସନ୍ଧ୍ୟା ମଧ୍ୟରେ ବାକି ଡୋଜ୍‌ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଯିବ ବୋଲି ଜଣାପଡ଼ିଛି।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଉତ୍ତର ପ୍ରଦେଶ, ବିହାର, ବେଙ୍ଗଲ, ଓଡ଼ିଶା, ପଞ୍ଜାବ, ଗୁଜରାଟ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକା, ଜମ୍ମୁ-କଶ୍ମୀର, ଆସାମ, ମେଘାଳୟ ଓ ଦିଲ୍ଲୀ ଭଳି ରାଜ୍ୟଗୁଡ଼ିକ ସେମାନଙ୍କ କୋଟା ଅନୁଯାୟୀ ଟିକା ପାଇ ସାରିଛନ୍ତି। ମହାରାଷ୍ଟ୍ର, ହରିଆଣା, କେରଳ, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଝାରଖଣ୍ତ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ରାଜ୍ୟ ଗୁଡ଼ିକ ଆସନ୍ତା କିଛି ଘଣ୍ଟା କିମ୍ବା କାଲି ସୁଦ୍ଧା କୋଭିସିଲ୍ଡ ଟିକାର ଡୋଜ୍‌ ପାଇଯିବେ।

ମଙ୍ଗଳବାର ବେଙ୍ଗଲ ସର୍ବାଧିକ ୧୦ ଲକ୍ଷ ଡୋଜ୍‌ ଟିକା ପାଇଛି। ଏହା ପଛକୁ କର୍ଣ୍ଣାଟକା ୬.୬୮ ଲକ୍ଷ, ବିହାର ୫.୪୯ଲକ୍ଷ ଓ ତାମିଲନାଡୁକୁ ୫.୩୬ ଲକ୍ଷ ଡୋଜ୍‌ କୋଭିସିଲ୍ଡ ଟିକା ଦିଆଯାଇଛି।

ଅନ୍ୟପକ୍ଷରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା ମଧ୍ୟ ବୁଧବାର ସନ୍ଧ୍ୟାରେ ଶିପମେଣ୍ଟ ପାଇଁ ହାଇଦ୍ରାବାଦ ଏୟାରପୋର୍ଟରେ ପହଞ୍ଚିବ। ଏଠାରେ ଦେଶର ୧୧ଟି ସ୍ଥାନକୁ କୋଭାକ୍ସିନର ଡୋଜ୍‌ ଗୁଡ଼ିକ ପଠାଯିବ। ଏହା ମଧ୍ୟରେ ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ପାଟନା, ଲକ୍ଷ୍ନୌ ଓ ଜୟପୁର ଭଳି ସ୍ଥାନ ରହିଛି।

ଭାରତ ସରକାର କୋଭାକ୍ସିନ ଠାରୁ ୫୫ ଲକ୍ଷ ଟିକା ଆଣିବାକୁ ଲକ୍ଷ ରଖିଛନ୍ତି। ଏହା ମଧ୍ୟରୁ କମ୍ପାନୀ ମାଗଣାରେ ୧୬.୫୦ ଲକ୍ଷ ଡୋଜ୍‌ ଦେବ। ବାକି ୩୮.୫ ଲକ୍ଷ ଟିକା ସରକାର ଡୋଜ୍‌ ପିଛା ୨୯୫ ଟଙ୍କା ଲେଖାଏ ଦେଇ କିଣିବେ।

The post ପ୍ରଥମ ଦିନରେ ସାରା ଦେଶକୁ କେତେ ଟିକା ପଠାଇଲା ସେରମ, କେଉଁ ରାଜ୍ୟକୁ ମିଳିଲା କେତେ ଡୋଜ୍‌ appeared first on Odisha Reporter.



from Odisha Reporter https://ift.tt/3bwQCAf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages