କୋଲକାତା: ପାଖେଇ ଅସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ତେବେ ଏହା ପୂର୍ବରୁ ହିଁ ବିଭିନ୍ନ ରାଜନୈତିକ ଦଳଗୁଡିକରେ ସ୍ଥିତି ସରଗରମ ହୋଇପଡିଛି । ଶନିବାର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ୫ଜଣ ତ୍ରୁଣମୂଳ କଂଗ୍ରେସ ନେତା ବିଜେପିରେ ସାମିଲ ହୋଇଛନ୍ତି। ଯାହା ଟିଏମସିକୁ ଶକ୍ତି ଝଟକା ଦେଇଛି। ଏହାକୁ ନେଇ ଟିଏମସି ନେତା ମଦନ ମିତ୍ରା ବଙ୍ଗଳାରେ ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି। ଖୋଲଖୋଲି ଭାବେ ସେ ବିଜେପିକୁ ଧମକ ଦେଇଛନ୍ତି।
ଉତ୍ତର ୨୪ ପ୍ରାଙ୍ଗଣରେ ଚାଲିଥିବା ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି, ଯଦି ବିଜେପି ନେତାମାନ କ୍ଷୀର ମାଗିବେ ତେବ ଖିରୀ ଦେବୁ, କିନ୍ତୁ ଯଦି ବଙ୍ଗଳା ମାଗିବେ ତେବେ ଚିରି ଦେବୁ। କେବଳ ସେତିକି ନୁହେଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଯଦି ମୋଦି ଚାହିଁବେ ତେବେ ତାଙ୍କ ନାଁରେ ମାମଲା ରୁଜୁ କରିପାରେ ବୋଲି ମଦନ ମିତ୍ରା କହିଛନ୍ତି। ଏଥିସହ ସେ ମୋଦି ଶବ୍ଦକୁ ଲୋକତନ୍ତ୍ରର ହତ୍ୟା ସହ ଯୋଡିଛନ୍ତି।
ସେ କହିଛନ୍ତି, ସକାଳେ ମିଟିଂରେ ଯିବି ରାତିରେ ମସଲା ନେଇ ଆସିବି। ଏହି ମସଲା(ହତିଆର) କ’ଣ ତାହା ମୁଁ କହିବି ନାହିଁ। ବିଜେପି ନେତାଙ୍କୁ ଧମକ ଦେଇ ମଦନ ମିତ୍ରା କହିଛନ୍ତି ଯେ, ତୁମେ ମାନେ ଯେଉଁ ମସଲାର(ହତିଆର) ପ୍ରୟୋଗ କରୁଛ, ଆମେ ମଧ୍ୟ ସେହି ମସଲାର ପ୍ରୟୋଗ କରିପାରିବୁ।
ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ମମତା ସରକାରଙ୍କୁ ପୁଣିଥରେ ଝଟକା ଲାଗିଛି। ଦଳର ୫ ବରିଷ୍ଠ ନେତା ଗତକାଲି କୋଲକାତାରୁ ଆସି ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ । ଏହାପରେ ସେମାନେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ। ଶୁକ୍ରବାର ଠାରୁ ଅମିତ ଶାହ କୋଲକାତା ଗସ୍ତରେ ଯିବାର ଥିଲା। ତାଙ୍କ ଉପସ୍ଥିତରେ ଏହି ୫ ଟିଏମସି ନେତା ବିଜେପିରେ ମିଶିଥାଆନ୍ତେ। କିନ୍ତୁ ସେ ଶେଷ ମୁହୂର୍ତ୍ତରେ ଗସ୍ତ ବାତିଲ କରିବାରୁ ଶନିବାର ୫ ଜଣ ଯାକ ଟିଏମସି ନେତା ଦିଲ୍ଲୀ ଆସି ପଦ୍ମ ଧରିଛନ୍ତି।
The post ‘କ୍ଷୀର ମାଗିଲେ ଖିରୀ ଦେବୁ, ବଙ୍ଗଳା ମାଗିଲେ ଚିରି ଦେବୁ’ appeared first on Odisha Reporter.
from Odisha Reporter https://ift.tt/3r7qzUZ
No comments:
Post a Comment