ବିବାହ ପୂର୍ବରୁ ବରୁଣଙ୍କ ବ୍ୟାଚଲର୍ସ ପାର୍ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ବିବାହ ପୂର୍ବରୁ ବରୁଣଙ୍କ ବ୍ୟାଚଲର୍ସ ପାର୍ଟି

ମୁମ୍ବାଇ: ବାଜିବ ଶାହାନାଇ, ଆସନ୍ତାକାଲି ହାତକୁ ଦି ହାତ ହେବେ ବଲିଉଡର ବଦ୍ରିନାଥ। ନିଜ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ଜୀବନର ସାଥୀ କରିବେ ଅଭିନେତା ବରୁଣ ଧୱନ । ତେବେ ବିବାହ ପୂର୍ବରୁ ନିଜର କିଛି କ୍ଲୋଜ ଫ୍ରେଣ୍ଡ ସହ ମିଶି ବ୍ୟାଚଲର୍ସ ପାର୍ଟି କରିଛନ୍ତି ବରୁଣ।

ଶୁକ୍ରବାର ସନ୍ଧ୍ୟାରେ ବରୁଣ ନିଜ ସ୍କୁଲମେଟ୍ ଏବଂ କଲେଜର କିଛି ସାଙ୍ଗଙ୍କୁ ନେଇ ବ୍ୟାଚଲର୍ସ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟି ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇ ଶନିବର ସକାଳ ଯାଏଁ ଚାଲିଥିଲା। ମିଡିଆ ରିପୋର୍ଟ ମୁତାବକ ବରୁଣଙ୍କ ଏହି ବ୍ୟାଚଲର୍ସ ପାର୍ଟିରେ ନିର୍ଦ୍ଦେଶକ ଶଶାଙ୍କ ଖେତାନ ମଧ୍ୟ ଯୋଗ ଦେଇଥିଲେ।

ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୪ ତାରିଖରେ ଅଲିବାଗର ସାସୱନେ ଅଞ୍ଚଳ ସ୍ଥିତ ‘ଦ ମେନସନ ହାଉସ’ର ଲଗଜୁରୀ ରିଜର୍ଟରେ ବରୁଣ ଓ ନତାଶାଙ୍କ ବିବାହ ହେବ। କରୋନାକୁ ଦୃଷ୍ଟିରେ ରଖି ଏହି ବିବାହରେ ମାତ୍ର ୪୦ ଜଣ ବନ୍ଧୁ ବାନ୍ଧବ ସାମିଲ ହେବେ । ତେବେ ବରୁଣଙ୍କ ବିବାହରେ ସାମିଲ ହେବାକୁ ଥିବା ସମସ୍ତ ବନ୍ଧୁ ବାନ୍ଧବ ଏବଂ ସମ୍ପର୍କୀୟଙ୍କ କରୋନା ଟେଷ୍ଟ କରାଯାଇଥିବା ଏକ ରିପୋର୍ଟରୁ ଜଣାପଡିଛି।  କେବଳ ସେତିକି ନୁହେଁ ସୁରକ୍ଷା ପାଇଁ ନିୟୋଜିତ ଥିବା ୨୩ ଜଣ ବାଉଂସର ଏବଂ ସମସ୍ତ ଡ୍ରାଇଭରମାନଙ୍କ ମଧ୍ୟ କୋଭିଡ ଟେଷ୍ଟ କରାଯାଇଛି।

ସୂଚନାଯୋଗ୍ୟ ଯେ, ନିକଟରେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ଶୁଟିଂ ବେଳେ ବରୁଣ ନିଜେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶରେ ସେ ହୋମ ଆଇସୋଲେସନରେ ରହିଥିଲେ। କିଛି ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ।

The post ବିବାହ ପୂର୍ବରୁ ବରୁଣଙ୍କ ବ୍ୟାଚଲର୍ସ ପାର୍ଟି appeared first on Odisha Reporter.



from Odisha Reporter https://ift.tt/2LQxC5A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages