ଇଂଲଣ୍ଡ ବିପକ୍ଷରେ କ୍ରିକେଟ୍ ଖେଳିବେ ସନ୍ନି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 27, 2021

ଇଂଲଣ୍ଡ ବିପକ୍ଷରେ କ୍ରିକେଟ୍ ଖେଳିବେ ସନ୍ନି?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ନିଜ ବୋଲ୍ଡ ଆଉ ହଟ ଅନ୍ଦାଜ ପାଇଁ ବେଶ ଜଣାଶୁଣା। ତାଙ୍କ ଗ୍ଲାମରସ ଲୁକ ଏବଂ ଡ୍ୟାନ୍ସକୁ ଦେଖି ମତୁଆଲା ହୋଇଯା’ନ୍ତି ପ୍ରଶଂସକ। ତେବେ ଏହି ହଟ୍ ଅଭିନେତ୍ରୀ ଜଣକ ଅଭିନୟ ଛାଡି ଏବେ କ୍ରିକେଟ ମୁହାଁ ହୋଇଛନ୍ତି। ହାତରେ ବ୍ୟାଟ ଧରି ଗ୍ରାଉଣ୍ଡରେ କ୍ରିକେଟ ଖେଳୁଛନ୍ତି। କେବଳ ସେତିକି ନୁହେଁ ବୋଲରଙ୍କ ଛକା ଛୁଡାଇ ଦେଇଛନ୍ତି। ସନ୍ନିଙ୍କ ଏହି କ୍ରିକେଟ ଖେଳୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନିକଟରେ ସନ୍ନି ଲିଓନ ନିଜେ ତାଙ୍କର ଏହି ଭିଡିଓକୁ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଶେଆର କରିଛନ୍ତି। ଏଥିସହ ସେ ତାଙ୍କ କ୍ୟାପସନରେ ଇଂଲଣ୍ଡ ବିପକ୍ଷରେ କ୍ରିକେଟ ଖେଳିବାକୁ ଇସାରା କରିଛନ୍ତି। ସେୟାର୍ ଭିଡିଓର କ୍ୟାପସନ୍ ଦେଇ ସେ ଲେଖିଛନ୍ତି, ମୁଁ ଇଂଲଣ୍ଡକୁ ସାମ୍ନା କରିବାକୁ ମୋର କିଟ୍ ପ୍ୟାକ୍ କରିବି କି? ବୋଲି ପ୍ରଶ୍ନ କରିଛନ୍ତି।

ଅଭିନେତ୍ରୀ ଗତ ସପ୍ତାହରେ ସୋସିଆଲ ମିଡିଆ ମାଧ୍ୟମରେ କହିଥିଲେ ଯେ ସେ ‘ସ୍ଲିପ୍ଟଭିଲ୍ଲା-13’ ରେ ଶୁଟିଂ ଆରମ୍ଭ କରିବାକୁ କେରଳ ଯାଉଛନ୍ତି। ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ, “ମୁଁ ଶୀଘ୍ର କେରଳ ଯିବି, କାରଣ ‘ସ୍ଲିପ୍ଟଭିଲ୍ଲା-13’  ଶୁଟ୍ ହେବାକୁ ଯାଉଛି। ଏହା ଶୋ’ ମୋ ହୃଦୟର ଅତି ନିକଟତର ଅଟେ। ମୁଁ 2014 ରୁ ଏହାର ଏକ ଅଂଶ ହୋଇସାରିଛି। ସ୍ଲିପ୍ଟଭିଲ୍ଲାର ଶୁଟିଂ ମୋ ପାଇଁ ଘର ବାହୁଡା ହେବା ଭଳି।”

 

View this post on Instagram

 

A post shared by Sunny Leone (@sunnyleone)


ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ମୁମ୍ବାଇରେ ସନ୍ନି ଲିଓନି ତାଙ୍କ ଅପକମିଂ ଆକ୍ସନ ଥ୍ରୀଲର ୱେବସିରିଜ ‘ଅନାମିକା’ର ଶୁଟିଂ ଆରମ୍ଭ କରିଛନ୍ତି। ବିକ୍ରମ ଭଟ୍ଟଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ୱେବସିରିଜରେ ୧୦ଟି ଏପିସୋଡ ରହିଛି।

 

View this post on Instagram

 

A post shared by Sunny Leone (@sunnyleone)

The post ଇଂଲଣ୍ଡ ବିପକ୍ଷରେ କ୍ରିକେଟ୍ ଖେଳିବେ ସନ୍ନି? appeared first on Odisha Reporter.



from Odisha Reporter https://ift.tt/2MtYrw2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages