ଅନୁଗୁଳ(ବିରଜା ପ୍ରସାଦ ଦାସ): ଆଖି ପିଛୁଳାକେ ମିଳାଇଗଲା ନୂଆ ବର୍ଷ ଖୁସି। ସାଙ୍ଗସାଥୀଙ୍କ ସହ ନୂଆ ବର୍ଷ ଭୋଜି ସାରି ଘରକୁ ଫେରିବା ବେଳେ କାଳ ସାଜିଲା ଦୁର୍ଘଟଣା। ରାସ୍ତାରେ ହିଁ ଆଖି ବୁଜିଦେଲେ ୨ ସାଙ୍ଗ। ଏପରି ଦୁଃଖଦ ଘଟଣା ଗତ ରାତିରେ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଘଟିଛି।
ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକୁଣ୍ଡା ନିକଟରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ମୃତକଦ୍ୱୟ ହେଲେ ସାପଘରା ପଞ୍ଚାୟତ ତୁମୁରିସିଂହା ଗାଁର କିର୍ତ୍ତନ ନାୟକ ଓ ଖମାର ଗାଁର ଜଗଦୀଶ ସାହୁ ।
କିର୍ତ୍ତନ ଓ ଜଗଦୀଶ ଭୋଜି ସାରି ଏକ ବାଇକ୍ରେ ଠାକୁରଗଡ଼ରୁ ଖମାର ଅଭିମୁଖେ ଫେରୁଥିଲେ। ମାତ୍ର ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ ବାଇକ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆଠମଲ୍ଲିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବାବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ ଚାଳକ ଫେରାର ହୋଇଯାଇଥିବାବେଳେ ପୁଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ସାପଘରା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।
The post ଭୋଜି ସାରି ଫେରୁଥିଲେ ୨ ସାଙ୍ଗ, ପିଟି ଦେଲା ପିକ୍ଅପ୍ ଭ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/3obru5R
No comments:
Post a Comment