ଡରାଉଛି କରୋନାର ନୂଆ ଷ୍ଟ୍ରେନ, ଆଜିଠୁ ପୁଣି ଏହି ଦେଶରେ ଲାଗୁ ହେଲା ଲକ୍‌ଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 4, 2021

ଡରାଉଛି କରୋନାର ନୂଆ ଷ୍ଟ୍ରେନ, ଆଜିଠୁ ପୁଣି ଏହି ଦେଶରେ ଲାଗୁ ହେଲା ଲକ୍‌ଡାଉନ୍‌

ଲଣ୍ଡନ: କରୋନାର ନୂଆ ଷ୍ଟ୍ରେନକୁ ନେଇ ବ୍ରିଟେରେ ବଢିଲା ସଙ୍କଟ। ମଙ୍ଗଳବାରଠାରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । କରୋନାର ସଂକ୍ରମଣକୁ ରୋକିବାକୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏହି ଘୋଷଣା କରିଛନ୍ତି  । ଆସନ୍ତା ଫେବୃଆରୀ ମଧ୍ୟ ପର୍ଯ୍ୟନ୍ତ ଷ୍ଟେ ଅନ୍ ହୋମ୍ ଲକ୍‌ଡାଉନ୍‌ ବଳବତ୍ତର ରହିବ ।

ଘାତକ କରୋନା ଭାଇରସଠାରୁ ଦୂରରେ ରହିବାକୁ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହି ଘୋଷଣା ସହ ଲୋକଙ୍କୁ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି  ।

ମଙ୍ଗଳବାରଠାରୁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍ ପାଠ୍ୟକ୍ରମ ପୁଣି ଆରମ୍ଭ ହେବ। ଲକ୍‌ଡାଉନ୍‌ ଘୋଷଣା ସହ ଲୋକଙ୍କ ଘରୁ ବାହାରିବା ପ୍ରାୟ ବନ୍ଦ ହୋଇଯିବ । କେବଳ ଜରୁରୀ କାମରେ ଲୋକେ ଘରୁ ବାହାରି ପାରିବେ । ସୋମବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଯେପରି ଭାବେ ସଂକ୍ରମଣ ବଢିଚାଲିଛି ଆମକୁ ଆହୁରି ସଂଘର୍ଷ କରିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍।

ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ।   ନିୟମିତ ଭାବେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।  ବ୍ରିଟେନରେ କ୍ଷୀପ୍ର କ୍ଷତିରେ କରୋନା ନୂଆ ଷ୍ଟ୍ରେନ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି ।  ଗତ ୨୪ଘଣ୍ଟାରେ ଦେଶରେ ୮୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ।

The post ଡରାଉଛି କରୋନାର ନୂଆ ଷ୍ଟ୍ରେନ, ଆଜିଠୁ ପୁଣି ଏହି ଦେଶରେ ଲାଗୁ ହେଲା ଲକ୍‌ଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/2Xcov12

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages