ଅଷ୍ଟ୍ରେଲିଆ ଅଲ୍‌ ଆଉଟ୍‌, ଟିମ୍ ଇଣ୍ଡିଆକୁ କରିବାକୁ ପଡ଼ିବ ବଡ଼ ସ୍କୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 15, 2021

ଅଷ୍ଟ୍ରେଲିଆ ଅଲ୍‌ ଆଉଟ୍‌, ଟିମ୍ ଇଣ୍ଡିଆକୁ କରିବାକୁ ପଡ଼ିବ ବଡ଼ ସ୍କୋର

ବ୍ରିସ୍‌ବେନ୍‌: ଇଞ୍ଜ୍ୟୁରୀ ସମସ୍ୟା ଯୋଗୁ ଅନଭିଜ୍ଞ ବୋଲରମାନଙ୍କୁ ନେଇ ଟିମ୍ ଇଣ୍ଡିଆ ବ୍ରିସ୍‌ବେନ୍‌ରେ ଚତୁର୍ଥ ଟେଷ୍ଟ ଖେଳୁଥିବା ବେଳେ ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ୩୬୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଛି। ଗତକାଲି ୫ ୱିକେଟ୍ ହରାଇ ୨୭୪ ରନ୍ ସଂଗ୍ରହ କରିଥିବା ଘରୋଇ ଦଳ ଆଜି ଆଉ ୯୫ ରନ୍ କରି ବାକି ୫ଟି ୱିକେଟ୍ ହରାଇ ଦେଇଥିଲା। ଏହା ପରେ ଭାରତୀୟ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ଏବେ ଗୁରୁଦାୟିତ୍ୱ ନେବାକୁ ପଡ଼ିବ ଓ ବଡ଼ ସ୍କୋର କରିବାକୁ ପଡ଼ିବ।

ଗତକାଲି ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଡାଭିଡ୍ ୱାର୍ଣ୍ଣର (୧ ରନ୍‌), ମାର୍କସ ହ୍ୟାରିସ୍‌ (୫ ରନ୍‌), ମାର୍ନସ ଲାବୁଶେନ୍‌ (୧୦୮ ରନ୍‌), ଷ୍ଟିଭ୍ ସ୍ମିଥ୍ (୩୬ ରନ୍‌) ଓ ମାଥ୍ୟୁ ୱାଡେ (୪୫ ରନ୍‌)ଙ୍କୁ ହରାଇଥିଲା। ୨୮ ରନ୍ କରି ଅପରାଜିତ ଥିବା କାମେରନ ଗ୍ରୀନ ଆଜି ୪୭ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ତେବେ ଅଧିନାୟକ ଟିମ୍ ପେନ୍ ୫୦ ରନ୍ କରି ଆଉଟ୍ ହୋଇଥିଲେ। ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ରୋହିତ ଶର୍ମାଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ପିଟ୍ କମିନ୍ସ ୨ ରନ୍ କରିଥିବା ବେଳେ ଶାର୍ଦ୍ଦୁଳ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ନାଥନ ଲିୟନ ୨୪ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ବେଳେ ଜୋଶ ହାଜେଲଉଡ୍‌ ୧୧ ରନ୍ କରିଥିଲେ। ତାଙ୍କ ଟି ନଟରାଜନ ବୋଲ୍ଡ କରିଥିଲେ। ମିଚେଲ ଷ୍ଟାର୍କ ୨୦ ରନ୍ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ନଟରାଜନ, ଶାର୍ଦ୍ଦୁଳ ଠାକୁର ଓ ୱାଶିଂଟନ ସୁନ୍ଦର ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ଚାରି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ରେ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଆଉ ଗୋଟିଏ ମ୍ୟାଚ୍ ଡ୍ର’ ରହିଥିଲା।

The post ଅଷ୍ଟ୍ରେଲିଆ ଅଲ୍‌ ଆଉଟ୍‌, ଟିମ୍ ଇଣ୍ଡିଆକୁ କରିବାକୁ ପଡ଼ିବ ବଡ଼ ସ୍କୋର appeared first on Odisha Reporter.



from Odisha Reporter https://ift.tt/39G1MjC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages