ରାଗିଗଲେ ଜୟା ବଚ୍ଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 16, 2021

ରାଗିଗଲେ ଜୟା ବଚ୍ଚନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନ ଜଣେ ଦକ୍ଷ ଅଭିନେତ୍ରୀ ଭାବେ ବେଶ୍‌ ଜଣାଶୁଣା। ବି-ଟାଉନ ଠାରୁ ସେ ରାଜନୀତିରେ ଅଧିକ ସକ୍ରିୟ। ତେବେ ବି-ଟାଉନର ଅଭିନେତା ତଥା ଅଭିନେତ୍ରୀମାନ ଯେଉଁଠିକୁ ଯା’ନ୍ତି ସେଠାକୁ ମିଡିଆ ଫଟୋଗ୍ରାଫରମାନେ ପହଞ୍ଚିଯା’ନ୍ତି ତାଙ୍କ ଫଟୋ ଉଠାଇବା ପାଇଁ। କିଏ ଫଟୋ ପାଇଁ ପୋଜ ଦିଅନ୍ତି ତ ଆଉ କିଏ ମନା କରନ୍ତି ଆଉ ଫଟୋଗ୍ରାଫରଙ୍କ ଉପରେ ରାଗିଯା’ନ୍ତି। ସେହିପରି ସ୍ୱଭାବର ଅଭିନେତ୍ରୀ ହେଉଛନ୍ତି ଜୟା ବଚ୍ଚନ।

ବଲିଉଡରେ ଜୟା ବଚ୍ଚନଙ୍କୁ କଠୋର ସ୍ୱଭାବର ବୋଲି କୁହାଯାଏ। ସେ ଫଟୋ ଶୁଟ୍‌ କରିବାକୁ ପସନ୍ଦ କରନ୍ତିନି । କିଏ ଯଦି ତାଙ୍କର ଫଟୋ ଉଠାଇବାକୁ ଚେଷ୍ଟା କରନ୍ତି, ତେବେ ସେ ରାଗିଯା’ନ୍ତି। ଏହି କାରଣରୁ ସେ ସବୁବେଳେ ଚର୍ଚ୍ଚା ମଧ୍ୟ ରହିଥାନ୍ତି । ନିକଟରେ ତାଙ୍କର ପୁଣିଥର ଆଙ୍ଗ୍ରି ୱୁମେନ ଲୁକ୍‌ ଦେଖିବାକୁ ମିଳିଛି। ଏପରିକି ଫଟୋ ଉଠାଉଥିବା ସାମ୍ବାଦିକଙ୍କୁ କ୍ଷମା ମଧ୍ୟ ମାଗିବାକୁ ପଡିଛି।

 

View this post on Instagram

 

A post shared by Voompla (@voompla)


ନିକଟରେ ଜୟା ବଚ୍ଚନ ମୁମ୍ବାଇ ସ୍ଥିତ ଏକ ଡେଣ୍ଟାଲ କ୍ଲିନିକ୍‌କୁ ଯାଇଥିଲେ। ସେ ଗାଡ଼ିରୁ ବାହାରିବା ସମୟରେ ଜଣେ ଫଟୋଗ୍ରାଫର ତାଙ୍କର ଫଟୋ ଉଠାଇବାକୁ ଲାଗିଲେ । ଜୟା ଏହା ଜାଣିବା ପରେ ତାଙ୍କ ଉପରେ ରାଗରେ ପୁରା ପଞ୍ଚମ ହୋଇଯାଇଥିଲେ।  ଗାଡ଼ିରୁ ତାଙ୍କ ଡ୍ରାଇଭର ବାହାରି ଫଟୋଗ୍ରାଫରଙ୍କକୁ ଫଟୋ ଉଠାଇବାକୁ ମନା କରିଥିଲେ ସୁଧା ଜୟା ଅତ୍ୟଧିକ ରାଗି ଉକ୍ତ ବ୍ୟକ୍ତିଙ୍କୁ ଗାଳି କରିଥିଲେ । ଜୟା କହିଥିଲେ, ‘ତୁମେ ମାନେ ଏଠାରେ ବି ପହଞ୍ଚି ଯାଉଛ । ଏହା ଭଲ କଥା ନୁହେଁ ।’ ସାମ୍ବାଦିକ କହିଥିଲେ ଆପଣଙ୍କ ଗାଡି ଦେଖି ଆମେ ଏଠାରେ ପହଁଚିଥିଲୁ। ପରେ ଜୟାଙ୍କର ରାଗ ଦେଖି ଉକ୍ତ ବ୍ୟକ୍ତି ତାଙ୍କୁ କ୍ଷମା ମାଗିଥିଲେ। ଜୟା ବଚ୍ଚନଙ୍କ ଏହି ରାଗ ମୁଡ୍‌ର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଘଟଣା ପ୍ରଥମ ନୁହେଁ। ଏମିତି ଅନେକଥର ଜୟା ମିଡ଼ିଆ ଏବଂ ଫ୍ୟାନ୍ସମାନଙ୍କ ଉପରେ ରାଗିଥିବା ନଜରକୁ ଆସିଛନ୍ତି । କରନ୍ ଜୋହରଙ୍କ ମା’ ହିରୁ ଜୋହରଙ୍କ ଜନ୍ମଦିନ ପାର୍ଟିରୁ ଫେରୁଥିବା ସମୟରେ କିଛି ଲୋକଙ୍କ ଉପରେ ସେ ବହୁତ ରାଗିଯାଇଥିଲେ ।

The post ରାଗିଗଲେ ଜୟା ବଚ୍ଚନ appeared first on Odisha Reporter.



from Odisha Reporter https://ift.tt/2XKOf4N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages