ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 22, 2021

ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି

କଟକ (ଓଡ଼ିଶା ରିପୋର୍ଟର): SDJM କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି। SDJM କୋର୍ଟ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ କହିଥିଲେ। ମଧ୍ୟସ୍ଥତା ପାଇଁ ଆଜି ଦିନ ଧାର୍ଯ୍ୟ କରିଥିଲେ SDJM। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟସ୍ଥତା ଚାଲିଥିବାରୁ ସମୟ ମାଗିଲେ ଅନୁଭବ। ଆବଶ୍ୟକ ପଡ଼ିଲେ ପରବର୍ତ୍ତୀ ସମୟରେ ଆସିବେ ବୋଲି ଜଣାଇଲେ। ଆସନ୍ତା ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

ପାରିବାରିକ ବିବାଦରେ ଛନ୍ଦି ପଡ଼ିଥିଲା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କ। ବର୍ଷା ଏନେଇ ମହିଳା କମିଶନରେ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନ ଅନୁଭବ, ବର୍ଷା, ଅନୁଭବଙ୍କ ବାପା ଓ ମାଆଙ୍କୁ ହାଜର ପାଇଁ କମିଶନ ନୋଟିସ୍‌ କରିଥିଲେ। ନୋଟିସ୍‌ ମୁତାବକ ପ୍ରଥମେ ବର୍ଷା ମହିଳା କମିଶନଙ୍କ ଅଫିସରେ ପହଞ୍ଚିଥିଲେ । ପରେ ଅନୁଭବ ଆସିଥିଲେ। ହେଲେ ଅନୁଭବଙ୍କ ବାପା-ମାଆ ଆସିନଥିଲେ।

ପାରିବାରିକ ବିବାଦକୁ ନେଇ ବର୍ଷା ପୁରୀ ଘାଟ ଥାନାରେ ଅନୁଭବ ଓ ତାଙ୍କର ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଭବ ତାଙ୍କୁ ଘରେ ରହିବାକୁ ଦେଉ ନଥିବା ତଥା ତାଙ୍କ ରୁମ୍‌ରେ ତାଲା ପକାଇ ତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ବାହାରେ ଛିଡ଼ା କରାଇ ଦେଇଥିବା ଭଳି ଅଭିଯୋଗ ଆଣିଥିଲେ ବର୍ଷା। ବର୍ଷାଙ୍କ ଏହି ଅଭିଯୋଗ ପରେ ପୁଲିସ୍ ଅନୁଭବଙ୍କ ବାସଭବନକୁ ମଧ୍ୟ ଯାଇ ତଦନ୍ତ କରିଥିଲା।

The post ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି appeared first on Odisha Reporter.



from Odisha Reporter https://ift.tt/3qFAQre

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages