ଜାଣନ୍ତୁ, କେଉଁଠି ଦିଆଯିବ କରୋନା ଟିକା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 5, 2021

ଜାଣନ୍ତୁ, କେଉଁଠି ଦିଆଯିବ କରୋନା ଟିକା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କାନ୍ଧ ତଳକୁ ହାତରେ ଦିଆଯିବ କରୋନା ଟିକା । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଟିକା ଦେବାକୁ ଆମେ ପ୍ରସ୍ତୁତ । ଟିକାକରଣ ପାଇଁ ରାଜ୍ୟରେ ୨୯ ହଜାର କେନ୍ଦ୍ର ରହିଛି । ପ୍ରଥମେ ଟିକାକରଣ କେନ୍ଦ୍ରରେ ସବୁ ବ୍ୟବସ୍ଥା ତଦାରଖ କରାଯିବ । ପ୍ରତୀକ୍ଷାଳୟ, ଟିକାକରଣ ଓ ନୀରିକ୍ଷଣ ରୁମ୍ ଅଛି ନା ନାହିଁ ତଦାରଖ ହେବ ।

ପ୍ରକୃତ ଟିକାକରଣ ସମୟରେ ପ୍ରଥମେ ପ୍ରତୀକ୍ଷାଳୟରେ ଟିକା ନେବାକୁ ଆସିଥିବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ । ସେମାନଙ୍କ ନାଁ ଡାଟାବେସ୍‌ରେ ଅଛି ନା ନାହିଁ ଯାଞ୍ଚ ହେବ । ଏହା ପରେ ଟିକାକରଣ ରୁମ୍‌ରେ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ । ଟିକା ନେବା ପରେ ଅବଜରଭେସନ ରୁମ୍‌ରେ ୩୦ ମିନିଟ୍ ରଖାଯିବ । ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନଗଲେ ସେମାନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ  । ଚଳିତ ମାସ ଶେଷ ସୁଦ୍ଧା କରୋନା ଟିକା ଓଡ଼ିଶାକୁ ପହଞ୍ଚିପାରେ ବୋଲି ଆଶାବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।

ଜାନୁଆରୀ ୩୦ ତାରିଖ ସୁଦ୍ଧା ଟିକା ଆସିଯିବ ବୋଲି କିଛି ଦିନ ପୂର୍ବେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ। ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ତା’ପରେ ବୟସ୍କମାନଙ୍କୁ ଦେବା ପାଇଁ ଆଲୋଚନା ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଆସିଲେ ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର  DCGI ନିର୍ଦ୍ଦେଶକ ଭିଜି ସୋମାନୀ କୋଭିସିଲ୍ଡ ସହ କୋଭାକ୍ସିନ ଟିକାକୁ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ସେ କହିଥିଲେ, ଉଭୟ ଭ୍ୟାକସିନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହାର ଜରୁରୀ ବ୍ୟବହାର କରାଯାଇପାରିବ। ଏହି ଦୁଇଟି ଯାକ ଭ୍ୟାକସିନକୁ ଦୁଇଟି ଲେଖାଏ ଡୋଜ୍ ଇଞ୍ଜେକ୍ସନ୍ ଆକାରରେ ଦିଆଯାଇପାରିବ। ଏହି ଦୁଇଟି ଭ୍ୟାକସିନକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ରଖାଯିବ।

DCGI ମୁତାବକ, ସେରମ ଇନଷ୍ଟିଚ୍ୟୁଟର ଭ୍ୟାକସିନର ଓଭରଅଲ୍ କ୍ଷମତା ୭୦.୪୨ ପ୍ରତିଶତ ଥିଲା। ଅନୁମତି ମିଳିଥିଲେ ହେଁ ସେରମ ଦ୍ୱାରା ପ୍ରସ୍ତୁତ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ଏବେ ସାରା ଦେଶରେ ଜାରି ରହିବ। ଏହା ପୂର୍ବରୁ SEC ଜାନୁଆରୀ ୧ ତାରିଖରେ କୋଭିସିଲ୍ଡ ଓ ୨ ତାରିଖରେ କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ DCGIକୁ ସୁପାରିସ୍ କରିଥିଲା।

ସୂଚନାଯୋଗ୍ୟ, ଯେତେବେଳେ DCGI କୌଣସି ମେଡିସିନ୍, ଡ୍ରଗ୍, ଭ୍ୟାକସିନକୁ ଅନ୍ତିମ ଅନୁମତି ଦିଅନ୍ତି, ଏହାର ଅର୍ଥ ଏସବୁ ମେଡିସିନ୍, ଭ୍ୟାକସିନକୁ ସାର୍ବଜନୀନ ବ୍ୟବହାର କରାଯାଇପାରିବ। ତେବେ ଅନୁମୋଦନ ଦେବା ପୂର୍ବରୁ DCGI ଭ୍ୟାକସିନ୍ ଉପରେ ହୋଇଥିବା ପରୀକ୍ଷଣକୁ ଭଲ ଭାବେ ତର୍ଜମା କରିଥାଏ।

ବ୍ରିଟିଶ ଡ୍ରଗ୍ସ ଗ୍ରୁପ ‘ଆଷ୍ଟ୍ରା ଜେନେକା’ (AstraZeneca)/ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଏହି କୋଭିସିଲ୍ଡ ଟିକା ପ୍ରସ୍ତୁତ ହୋଇଛି। ବ୍ରିଟେନ ସରକାର ମଧ୍ୟ ଏହି ଟିକାକୁ ଅନୁମତି ଦେଇସାରିଛନ୍ତି। ବ୍ରିଟେନରେ ମାତିଥିବା କରୋନାର ନୂଆ ଷ୍ଟ୍ରେନକୁ ମଧ୍ୟ ଏହା ମାତ୍ ଦେଇପାରିବ ବୋଲି କମ୍ପାନୀ ଦାବି କରିଛି।

The post ଜାଣନ୍ତୁ, କେଉଁଠି ଦିଆଯିବ କରୋନା ଟିକା? appeared first on Odisha Reporter.



from Odisha Reporter https://ift.tt/3ngox2D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages