ମୁମ୍ବାଇ: ପୁଣି ବଢ଼ିଲା ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ଅଡୁଆ। ଥନାରେ ହାଜର ହେବାକୁ ଡକାଇଲା ପୁଲିସ। ବଲିଉଡର ପ୍ରଖ୍ୟାତ ଲେଖକ ତଥା ଗୀତିକାର ଜାଭେଦ ଅଖତର କରିଥିବା ମାନହାନି ମକଦ୍ଦମାରେ କଙ୍ଗନାଙ୍କୁ ମୁମ୍ୱାଇ ପୁଲିସ ସମନ୍ ଜାରି କରିଛି । ଆସନ୍ତା ଶୁକ୍ରବାର ଦିନ ଜୁହୁ ପୁଲିସ ନିକଟରେ ହାଜର ହେବାକୁ କଙ୍ଗନାଙ୍କୁ କୁହାଯାଇଛି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଏକ ସାକ୍ଷାତକାରରେ କଙ୍ଗନା, ଅଖତରଙ୍କ ବିରୋଧରେ ବିବାଦୀୟ ଏବଂ ଭିତ୍ତିହୀନ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ଗତବର୍ଷ ନଭେମ୍ୱର ମାସରେ ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ମେଟ୍ରୋପଲିଟାନ ମାଜିଷ୍ଟ୍ରଟ୍ ନିକଟରେ ଏକ ଅପରାଧିକ ମାମଲା ରୁଜୁ କରିଥିଲେ ।
ଗତବର୍ଷ ଜୁନ୍ ମାସରେ ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଏକ ସାକ୍ଷାତକାରରେ କଙ୍ଗନା ବଲିଉଡରେ ନେପୋଟିଜିମ ତଥା ପରିବାରବାଦ ଏବଂ ଗୋଷ୍ଠୀବାଦ ଚାଲିଥିବା ଅଭିଯୋଗ ଉଠାଇଥିଲେ। ଏଥିରେ ଜାଭେଦ ଅଖତରଙ୍କ ନାଁ ସାମିଲ ଥିବା କଙ୍ଗନା କହିଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଅଖତର, କଙ୍ଗନାଙ୍କ ନାଁରେ ଅଭିଯୋଗ କରିଥିଲେ।
ଜାଭେଦଙ୍କ ଅଭିଯୋଗ ମୁତାବକ, ହ୍ରିତିକ ରୋଶନଙ୍କ ସହ ଥିବା ସମ୍ପର୍କକୁ ନେଇ କଙ୍ଗନାଙ୍କୁ ଜାଭେଦ ଚୁପ୍ ରହିବାକୁ ଧମକ ଦେଇଥିଲେ। ଏହା ଏକ ମିଛ ଅଭିଯୋଗ ଥିଲା। କଙ୍ଗନାଙ୍କ ସାର୍ବଜନୀନ ରୂପେ ଜାଭେଦଙ୍କ ଛବିକୁ ବିଗାଡିବା ପାଇଁ ଏଭଳି ମିଛ ଆରୋପ ଲଗାଇଥିବା ଅଭିଯୋଗ ହୋଇଛି।
ତେବେ ଏହି ମାମଲରେ ଜାନୁଆରୀ ୧୭ ତାରିଖ ଦିନ କୋର୍ଟ ଏହାର ତଦନ୍ତ କରିବାକୁ ମୁମ୍ବାଇ ପୁଲିସକୁ କହିଥିଲେ। ଫେବ୍ରୁଆରୀ ୧ ତାରିଖ ଭିତରେ ଏହାର ରିପୋର୍ଟ ପ୍ରଦାନ କରିବା ପାଇଁ ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।
The post କଙ୍ଗନା ହାଜିର ହୋ’ appeared first on Odisha Reporter.
from Odisha Reporter https://ift.tt/3bUGMZn
No comments:
Post a Comment