ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ବିକଶିତ କରୋନା ଟିକା ଟ୍ରାଏଲ ବେଳେ ସ୍ୱେଚ୍ଛାକୃତ ଭାବରେ ଦୀପକ ମରାଭୀ ଟିକା ନେଇଥିଲେ। ଟିକା ନେବାର ୯ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ଦୀପକଙ୍କ ମୃତ ଶରୀର ଜମାଳପୁର ସ୍ଥିତ ସୁବେଦାର କଲୋନୀ ସ୍ଥିତ ତାଙ୍କ ଘରୁ ମିଳିଥିଲା। ଏ ନେଇ ଟିକା ଉପରେ ସନ୍ଦେହ ପ୍ରକାଶ ପାଇବା ପରେ ସଂପୃକ୍ତ ଟିକା କମ୍ପାନୀ ଏବେ ସ୍ପଷ୍ଟୀକରଣ ରଖିଛି।
କୋଭାକ୍ସିନ ଟିକା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛି ସଂପୃକ୍ତ କମ୍ପାନୀ। ଶନିବାର ଭାରତ ବାୟୋଟେକ୍ ସ୍ପଷ୍ଟ କରିଛି ଯେ ମୃତ୍ୟୁ ଟିକା ସହ ଜଡିତ ନୁହେଁ। କିନ୍ତୁ ହୃଦ୍ରୋଗରେ ଶ୍ୱାସକ୍ରିୟା ଯୋଗୁଁ ସେହି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଦୀପକଙ୍କ ମୃତ୍ୟ ରିପୋର୍ଟରୁ ଏହା ଜଣାପଡ଼ିଥିବା ଭାରତ ବାୟୋଟେକ୍ କହିଛି।
ମୃତ ବ୍ୟକ୍ତିଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା। ଭୋପାଳର ଗାନ୍ଧୀ ମେଡିକାଲ କଲେଜ ଦ୍ୱାରା ଜାରି କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି, ହୃଦ୍ରୋଗ ପାଇଁ ସେ ଶ୍ୱାସକ୍ରିୟାରେ ବାଧା ଉପୁଜିଥିଲା। ତେଣୁ ସେହି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବିଷକ୍ରିୟା ମଧ୍ୟ ମୃତ୍ୟୁର କାରଣ ବୋଲି କୁହାଯାଉଛି।
ଡିସେମ୍ବର ୨୧ରେ ଦୀପକ ମରାଭୀ (୪୭)ଙ୍କର ଦେହାନ୍ତ ହୋଇଛି। ଦୀପକ ଭରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଭ୍ୟାକ୍ସିନ୍ କୋଭାକ୍ସିନର ଜଣେ ପରୀକ୍ଷଣ ସ୍ୱେଚ୍ଛାସେବୀ ଥିଲେ। ସେ ୧୨ ଡିସେମ୍ବରରେ ଟୀକା ନେଇଥିଲେ। ଟିକା ନେବାର ୯ ଦିନ ପରେ ତାଙ୍କର ମୃତ୍ୟୁ ଘଟିଛି।
ରିପୋର୍ଟରେ କୁହାଯାଇଛି ଯେ ଦୀପକଙ୍କ ଶବ ୨୨ ଡିସେମ୍ବରରେ ପୋଷ୍ଟମର୍ଟମ କରାଯାଇଥିଲା। ପୋଷ୍ଟମର୍ଟମର ପ୍ରାରମ୍ଭିକ ରିପୋର୍ଟରେ ଦୀପକଙ୍କ ଶରୀରରେ ବିଷାକ୍ତ ପଦାର୍ଥ ମିଳିଥିବା କୁହାଯାଇଛି।
The post କୋଭାକ୍ସିନ ଟ୍ରାଏଲ ବେଳେ ଟିକା ନେଇଥିବା ବ୍ୟକ୍ତିର ମୃତ୍ୟୁ, ଜବାବ ରଖିଲା ଭାରତ ବାୟୋଟେକ୍ appeared first on Odisha Reporter.
from Odisha Reporter https://ift.tt/38tk48o
No comments:
Post a Comment