ନୂଆ ବର୍ଷରେ ଝଟ୍‌କା ଦେଲେ ଦୀପିକା, ଫ୍ୟାନ୍ ପଚାରିଲେ କାହିଁକି ଏମିତି କଲ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 1, 2021

ନୂଆ ବର୍ଷରେ ଝଟ୍‌କା ଦେଲେ ଦୀପିକା, ଫ୍ୟାନ୍ ପଚାରିଲେ କାହିଁକି ଏମିତି କଲ?

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଦୀପିକା ପାଦୁକୋନ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏବେ ସେ ଏମିତି ଏକ କାମ କରିଛନ୍ତି, ଯାହା ତାଙ୍କ ଫ୍ୟାନଙ୍କୁ ବଡ଼ ଝଟକା ଦେଇଛି। ଦୀପିକା ନିଜର ଇନଷ୍ଟାଗ୍ରାମ, ଟ୍ୱିଟର ଓ ଫେସବୁକ୍‌ରୁ ସବୁଯାକ ପୋଷ୍ଟ ଡିଲିଟ୍ ହୋଇଯାଇଛି। ଦୀପିକାଙ୍କର ଆକାଉଣ୍ଟରୁ ସବୁ ପୋଷ୍ଟ ଡିଲିଟ୍ ହେବା ବ୍ୟତୀତ ତାଙ୍କର ପ୍ରୋଫାଇଲ୍ ଫଟୋ ମଧ୍ୟ ବଦଳି ଯାଇଛି।

ନୂଆ ବର୍ଷରେ ଯେତେବେଳେ ଫ୍ୟାନ୍ ଦୀପିକାଙ୍କ ଇନଷ୍ଟାଗ୍ରାମ, ଟ୍ୱିଟର ଓ ଫେସବୁକ୍ ଆକାଉଣ୍ଟ ଦେଖିଲେ, ସେଥିରେ ଜିରୋ ପୋଷ୍ଟ ଥିଲା, ଅର୍ଥାତ୍ ତାଙ୍କର ଆକାଉଣ୍ଟରୁ ସବୁଯାକ ପୋଷ୍ଟ ଡିଲିଟ୍ ହୋଇଯାଇଥିଲା। ତେବେ ଦୀପିକା ଏହିସବୁ ପୋଷ୍ଟ ନିଜେ ଡିଲିଟ୍ କରିଛନ୍ତି ନା ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି, ଜଣାପଡ଼ିନାହିଁ। ଦୀପିକା ମଧ୍ୟ ଫ୍ୟାନଙ୍କୁ ଏ ସମ୍ବନ୍ଧରେ କୌଣସି ସୂଚନା ଦେଇନାହାନ୍ତି। ଏପରିକି ଜଣେ ଫ୍ୟାନ୍ ଦୀପିକାଙ୍କୁ ଏଭଳି କ’ଣ ହେଲା ଓ କାହିଁକି ଏମିତି ହେଲା।

ମିଳିଥିବା ସୂଚନା ମୁତାବକ, ଦୀପିକା ବର୍ତ୍ତମାନ ଖାସ୍ ପ୍ରୋଜେକ୍ଟ ପ୍ରସ୍ତୁତିରେ ଅଛନ୍ତି। ସେ ନିଜର ପ୍ରୋଫାଇଲ୍ ଫଟୋ ମଧ୍ୟ ବଦଳାଇ ଦେଇଛନ୍ତି। ତେଣୁ କୁହାଯାଉଛି ଯେ ଦୀପିକା ହୁଏତ ନିଜର ପରବର୍ତ୍ତୀ ପ୍ରୋଜେକ୍ଟର ପ୍ରମୋସନ ପାଇଁ ଏଭଳି କରିଥାଇପାରନ୍ତି।

ସୋଶାଲ ମିଡିଆରେ ଦୀପିକାଙ୍କର ବହୁତ ସଂଖ୍ୟକ ଫ୍ୟାନ୍ ଅଛନ୍ତି। କିନ୍ତୁ ଦୀପିକାଙ୍କ ଆକାଉଣ୍ଟରୁ ସବୁଯାକ ପୋଷ୍ଟ ଡିଲିଟ୍ ହେବା ଫ୍ୟାନଙ୍କ ପାଇଁ ଚିନ୍ତାର ବିଷୟ। ଇନଷ୍ଟାଗ୍ରାମରେ ଦୀପିକାଙ୍କୁ ୫୨ ମିଲିୟନରୁ ଅଧିକ ଲୋକେ ଫଲୋ କରନ୍ତି। ସେହିପରି ଟୁଇଟର୍ ଓ ଫେସବୁକରେ ମଧ୍ୟ ତାଙ୍କର ବହୁତ ଅଧିକ ଫଲୋଅର୍ସ ଅଛନ୍ତି। ଟୁଇଟରରେ ଦୀପିକାଙ୍କର ୨୭ ମିଲିୟନରୁ ଅଧିକ ଫଲୋଅର୍ସ ଏବଂ ଫେସବୁକରେ ସାଢ଼େ ୪କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି।

The post ନୂଆ ବର୍ଷରେ ଝଟ୍‌କା ଦେଲେ ଦୀପିକା, ଫ୍ୟାନ୍ ପଚାରିଲେ କାହିଁକି ଏମିତି କଲ? appeared first on Odisha Reporter.



from Odisha Reporter https://ift.tt/3o9Z4cg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages