ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ବଢ଼ିଲା ତେଲ ଦର। ପେଟ୍ରୋଲ ଡିଜେଲ ଦର ବୃଦ୍ଧିରେ ସର୍ବକାଳୀନ ରକର୍ଡ କରିଛି। ଆକାଶ ଛୁଆଁ ହୋଇଛି ପେଟ୍ରୋଲ ଓ ଡିଜେଲ ଦର। ଗତ କିଛି ହେବ ଲଗାତର ତୈଳ ଦର ବୃଦ୍ଧି ଚାଲିଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗିଛି।
ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ପାର ହୋଇଛି। ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୪୨ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପ୍ରତି ଦର ୮୭ ଟଙ୍କା ୫୬ ପଇସାରେ ପହଞ୍ଚିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୬ ଟଙ୍କା ୩୬ ପଇସା ଓ ଡିଜେଲ ୮୨ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଛି। ରାଉରକେଲାରେ ପେଟ୍ରୋଲ ୮୭ ଟଙ୍କା ୩୮ ପଇସା ଏବଂ ଡିଜେଲ ୮୩ ଟଙ୍କା ୬୫ ପଇସା ହୋଇଛି। ଏପଟେ ତେଲ ଦରର ଏଭଳି ବୃଦ୍ଧି ଦେଖି ଗ୍ରାହକ ଛାନିଆ ହୋଇଯାଇଛନ୍ତି ।
ଅନ୍ୟପଟେ ରବିବାର ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ-ଡିଜେଲ୍ ବିକ୍ରି ସବୁ ରେକର୍ଡ ଭାଙ୍ଗି ଦେଇଛି। ଏଠାରେ ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲର ଦର ଲିଟର ପିଛା ୧୦୦.୫୧ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ସେହିପରି ଏଠାରେ ଡିଜେଲ୍ ଦର ଲିଟର ପିଛା ୮୯.୪୬ ଟଙ୍କାରେ ବିକ୍ରି ହେଉଛି। ତେବେ ଏଠାରେ ସାଧାରଣ ପେଟ୍ରୋଲ୍ ଦର ଲିଟରପିଛା ୯୭.୭୬ ଟଙ୍କାରେ ବିକ୍ରି ହେଉଛି।
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିରେ ରବିବାର ପୁଣିଥରେ ବ୍ରେକ୍ ଲାଗିଛି। ତୈଳ ମାର୍କେଟିଂ କମ୍ପାନୀ ରବିବାର ପେଟ୍ରୋଲ ଓ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରିନାହିଁ। ଏହା ପୂର୍ବରୁ ଲଗାତର ଦୁଇଦିନ ଧରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଦର ପିଛା ୫୦ ପଇସା ବୃଦ୍ଧି ହୋଇଥିଲା। ଦେଶର ଅନ୍ୟ ସହର ଗୁଡ଼ିକରେ ମଧ୍ୟ ପେଟ୍ରୋଲ ଦର ଆକାଶଛୁଆଁ ରହିଛି।
ଇଣ୍ଡିଆନ୍ ଅଏଲର ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲର ଦର ଯଥାକ୍ରମେ ଲିଟର ପିଛା ୮୫.୭୦ ଟଙ୍କା, ୮୭.୧୧ ଟଙ୍କା, ୯୨.୨୮ ଟଙ୍କା ଓ ୮୮.୨୯ ଟଙ୍କା ରହିଛି। ସେହିପରି ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଡିଜେଲ୍ ଦର ଲିଟର ପିଛା ଯଥାକ୍ରମେ ୭୫.୮୮ ଟଙ୍କା, ୭୯.୪୮ ଟଙ୍କା, ୮୨.୬୬ ଟଙ୍କା ଓ ୮୧.୧୪ ଟଙ୍କା ରହିଛି।
The post ତେଲ ଦରରେ ନିଆଁ, ମାଲକାନଗିରିରେ ୯୧ ଟପିଲା appeared first on Odisha Reporter.
from Odisha Reporter https://ift.tt/39fDwpD
No comments:
Post a Comment