୭ ସେକେଣ୍ଡର ଭୂକମ୍ପ ଝଟକାରେ ୭ ମୃତ, ଶତାଧିକ ଘର ମାଟିରେ ମିଶିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 14, 2021

୭ ସେକେଣ୍ଡର ଭୂକମ୍ପ ଝଟକାରେ ୭ ମୃତ, ଶତାଧିକ ଘର ମାଟିରେ ମିଶିଲା

ଜାକର୍ତ୍ତା: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଛି ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପପୁଞ୍ଜ। ଏଥିରେ ଅନେକ ବଡ଼ବଡ଼ ବିଲଡିଂ ଓ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ନେବା ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ର ସ୍ଥଳ ଉତ୍ତର ପୂର୍ବ ମାଜେନେ ସହର ଠାରୁ ୬ କମି ଦୂର। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିବା ଜଣାପଡ଼ିଛି। ପ୍ରାଥମିକ ରିପୋର୍ଟରେ ସରକାର କହିଛନ୍ତି ଭୂକମ୍ପରେ ମାଜେନେ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩୭ ଜଣ ଆହତ ହୋଇଛନ୍ତି। ସେହିପରି ପଡ଼ୋଶୀ ମାମୁଜୁରେ ମଧ୍ୟ ଭୂକମ୍ପରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସ୍ଥାନୀୟ ସମୟ ରାତି ୧ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ହଜାର ହଜାର ଲୋକ ସେମାନଙ୍କ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଦୌଡ଼ିଥିଲେ। ଭୂକମ୍ପରେ ୬୦ରୁ ଅଧିକ ଘର ମାଟିରେ ମିଶି ଯାଇଛି। ଭୂକମ୍ପର ଝଟକା ୭ ସେକେଣ୍ଡ ଯାଏ ଅନୁଭୂତ ହୋଇଥିଲେ ହେଁ ଏଯାଏ ସୁନାମୀ ଆସିବାର ଆଶଙ୍କା ପ୍ରକାଶ ପାଇନାହିଁ।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ଲୋକମାନେ ମୋଟର ସାଇକେଲରେ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ଯିବାକୁ ଉଦ୍ୟମ କରୁଛନ୍ତି। ଗୋଟିଏ ଶିଶୁ ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିବାରୁ ତାକୁ ଉଦ୍ଧାର କରିବା ପାଇଁ ପରିବାର ଲୋକ ଅପ୍ରାଣ ଉଦ୍ୟମ କରୁଛନ୍ତି।

ଏକାଧିକ ଆବାସିକ ବିଲଡିଂ ସହ ଦୁଇଟି ହୋଟେଲ, ରାଜ୍ୟପାଳଙ୍କ ଅଫିସ ଓ ଗୋଟିଏ ମଲ ମଧ୍ୟ ଭୂକମ୍ପ ଝଟକାରେ କ୍ଷତିଗ୍ରସ୍ତ ହୋଇଛି। ମାମୁଜୁକୁ ସଂଯୋଗ କରୁଥିବା ଗୋଟିଏ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ଏଠାରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଏହାପୂର୍ବରୁ ଗୁରୁବାର ମଧ୍ୟ ଏଠାରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ମଧ୍ୟ ଏକାଧିକ ଘର କ୍ଷତିଗ୍ରସ୍ତ ହୋଇଥିଲା।

The post ୭ ସେକେଣ୍ଡର ଭୂକମ୍ପ ଝଟକାରେ ୭ ମୃତ, ଶତାଧିକ ଘର ମାଟିରେ ମିଶିଲା appeared first on Odisha Reporter.



from Odisha Reporter https://ift.tt/38KY7lC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages