ବଦ୍ରିନାଥଙ୍କୁ ମିଳିଗଲା ଦୁଲହନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 24, 2021

ବଦ୍ରିନାଥଙ୍କୁ ମିଳିଗଲା ଦୁଲହନିଆ

ମୁମ୍ବାଇ: ବଲିଉଡର ବଦ୍ରିନାଥଙ୍କୁ ମିଳିଗଲା ତାଙ୍କ ଦୁଲହନିଆ। ହାତକୁ ଦି ହାତ ହେଲେ ହ୍ୟାଣ୍ଡସମ ହିରୋ ବରୁଣ ଧୱନ। ପିଲା ଦିନର ସାଥୀ ନତାଶା ଦଲାଲଙ୍କ ହାତ ଧରିଲେ ଚକୋଲେଟ ବୟ ବରୁଣ। ହିନ୍ଦୁ ରିତୀନିତି ଅନୁସାରେ ରବିବାର ଉଭୟଙ୍କ ହାତଗଣ୍ଠି ପଡିଛି। ଅଗ୍ନିକୁ ସାକ୍ଷୀ ରଖି ସାତ ଫେରା ନେଇଛନ୍ତି ବରୁଣ-ନତାଶା।

 

View this post on Instagram

 

A post shared by VarunDhawan (@varundvn)


ମୁମ୍ବାଇର ଆଲିବାଗରେ ଲାଭିସ୍ ରିସୋର୍ଟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପରିବାର ବର୍ଗ ଏବଂ ଘନିଷ୍ଠ ବନ୍ଧୁ ବାନ୍ଧବଙ୍କ ଗହଣେ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ବିବାହ ସରିବା ପରେ ସାମ୍ନାକୁ ଆସିଛି ବରୁଣଙ୍କ ୱେଡିଂ ଫଟୋ, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବରୁଣ ଓ ନତାଶାଙ୍କୁ ବିବାହ ଶୁଭେଚ୍ଛାର ସୁଅ ଛୁଟିଛି।

 

View this post on Instagram

 

A post shared by Viral Bhayani (@viralbhayani)


ବାହାଘର ବେଳେ ଯେମିତି କିଛି ଫଟୋଗ୍ରାଫ ବାହାରକୁ ନଯାଏ ସେଥିପାଇଁ ରିସୋର୍ଟର କର୍ମଚାରୀଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ବାରଣ କରାଯାଇଥିଲା  ବାହାଘର ପ୍ରୋସେସନ୍ ମଧ୍ୟ ରିସୋର୍ଟ କ୍ୟାମ୍ପସ୍ ଭିତରେ ହିଁ କରାଯାଇଥିଲା  ଏହି ବିବାହ ଉତ୍ସବରେ ନିର୍ମାତା ନିର୍ଦ୍ଦେଶ କରନ ଜୋହର, ଦୀପିକା ପାଦୁକୋନ, ରଣବୀର ସିଂହ, ସଦ୍ଧାର୍ଥ ମଲହୋତ୍ରା ପ୍ରମୁଖ ନାମିଦାମୀ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ। ସେହିପିର ପ୍ରସିଦ୍ଧ ଡିଜାଇନର ମନିସ ମାଲହୋତ୍ରା ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ରିସେପ୍ସନ ଆସନ୍ତା ଫେବ୍ରୁଆରୀ ୨ରେ ହେବ ବୋଲି ସୂଚନା ମିଳିଛି।

The post ବଦ୍ରିନାଥଙ୍କୁ ମିଳିଗଲା ଦୁଲହନିଆ appeared first on Odisha Reporter.



from Odisha Reporter https://ift.tt/3pfx2wl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages