ସାଙ୍ଘାତିକ ଅଭିଯୋଗ, କରୋନା ଟିକା ନେଇ ଆଖିବୁଜିଲେ ସିକ୍ୟୁରିଟି ଗାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

ସାଙ୍ଘାତିକ ଅଭିଯୋଗ, କରୋନା ଟିକା ନେଇ ଆଖିବୁଜିଲେ ସିକ୍ୟୁରିଟି ଗାର୍ଡ

ନୂଆପଡା(ମାୟାଧର ସରଫା): ନୂଆପଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ନେଇଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି। ସେ କରୋନା ଟିକା ନେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ମୃତକ ଜଣକ ହେଲେ ନାନିକରାମ କେଉଟ। ତାଙ୍କ ଘର ଦିଆନମୁଣ୍ଡାରେ।

ସୂଚନା ମୁତାବକ, ଗତ ୨୩ ତାରିଖରେ ସେ କରୋନା ଟିକା ନେଇଥିଲେ ଏବଂ ୨୫ ତାରିଖରେ ଡ୍ୟୁଟି କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ବୁର୍ଲା ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ନ୍ୟାୟ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ନୂଆପଡ଼ା ଗରିବ ସେନା।

ତେବେ ନୂଆପଡ଼ା ସିଡିଏମ୍ଓ ଏବଂ କରୋନାର ଜିଲ୍ଲା ମୁଖପାତ୍ର କହିଛନ୍ତି, ଟିକା ପାଇଁ ତାଙ୍କର ମୃତ୍ୟୁ ହୋଇନି ବରଂ ଅନ୍ୟ କୌଣସି ରୋଗରୁ ମୃତ୍ୟୁ ହୋଇଥାଇପାରେ। ରିପୋର୍ଟ ଆସିବା ପରେ ତାହା ଜଣାପଡିବ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ନୋଟରେ ଏହି ଅଭିଯୋଗକୁ ଖଣ୍ଡନ କରାଯିବା ସହ କରୋନା ଟିକା ସହ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଛି।

The post ସାଙ୍ଘାତିକ ଅଭିଯୋଗ, କରୋନା ଟିକା ନେଇ ଆଖିବୁଜିଲେ ସିକ୍ୟୁରିଟି ଗାର୍ଡ appeared first on Odisha Reporter.



from Odisha Reporter https://ift.tt/36eLpd9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages