ଧାନ ଗଦାରେ ଲାଗିଲା ନିଆଁ; ଜଳିଗଲା ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 28, 2021

ଧାନ ଗଦାରେ ଲାଗିଲା ନିଆଁ; ଜଳିଗଲା ଶିଶୁ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ମଗରପଣ୍ଡା ଗାଁରେ ଗତରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନ ଖଳାରେ ନିଆଁ ଲାଗି ଜଣେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛି। ଏହି ଅଘଟଣରେ ରମାକାନ୍ତ ସାମଲ, ତାଙ୍କ ସ୍ତ୍ରୀ  କୁନି ସାମଲ  ଓ ୧୨ ବର୍ଷର ଝିଅ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ରାଜନଗର ବ୍ଲକ ଓକିଳପାଳ ଗାଁର ରମାକାନ୍ତ ୩ କି.ମି ଦୂର ମଗରପଣ୍ଡା ଗାଁରେ ଚାଷ କରିଥିଲେ। ଚଳିତ ବର୍ଷ ଧାନ ଅମଳ ନିମନ୍ତେ ପରିବାର ସହ ସେଠାରେ ଧାନ ଖଳାରେ ରହୁଥିଲେ। ରାତିରେ ଜନ୍ତୁ ଭୟରୁ ଡିବିରି ବତି ଲଗାଇ ଶୋଉଥିଲେ।

ହେଲେ ଗତରାତିରେ ଡିବିରି ନିଆଁ ଧାନ ଖଳାରେ ଲାଗି ସମସ୍ତ ଧାନ ବିଡ଼ା ଜଳିଯାଇଥିଲା। ଏଥିରେ ରମାକାନ୍ତଙ୍କ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ  ପରିବାରର ଅନ୍ୟ ସଦସ୍ୟ ଗୁରୁତର ହୋଇପଡ଼ିଥିଲେ।  ଉକ୍ତ ଧାନ ଖଳାଟି ଗାଁଠୁ ଦୂରରେ ଥିବାରୁ ଗାଁ ଲୋକେ ଏ ସମ୍ପର୍କରେ କିଛି ଜାଣିପାରି ନ ଥିଲେ। ଆଜି ସକାଳେ କିଛି ସ୍ଥାନୀୟ ଲୋକ ଉକ୍ତ ବାଟ ଦେଇ ଯାଉଥିବା ବେଳେ ଧାନ ଗଦା ଜଳିଥିବା ଦେଖି ତା’ ଭିତରୁ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

The post ଧାନ ଗଦାରେ ଲାଗିଲା ନିଆଁ; ଜଳିଗଲା ଶିଶୁ appeared first on Odisha Reporter.



from Odisha Reporter https://ift.tt/3ptfoWn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages