ବନ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ, ୧୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 29, 2021

ବନ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ, ୧୨ ଗୁରୁତର

ମାଲକାନଗିରି(ଜିତେନ୍ଦ୍ର ବେଉରା): ବଜ୍ରକାପ୍ତା ଉଦ୍ଧାର ବେଳେ ଗାଁ ଲୋକଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ରେଞ୍ଜରଙ୍କ ସମେତ ୧୨ ବନ କର୍ମଚାରୀ। ଏପରି ଅଭାବନୀୟ ଘଟଣା ଆଜି ମାଲକାନଗିରି ଜିଲ୍ଲାରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ,  ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗାଁରେ ଜଣକ ଧାନ ଖଳାରେ ବଜ୍ରକାପ୍ତାକୁ ରଖି ଦଲାଲଙ୍କ ସହ ମୂଳଚାଲ ଚାଲିଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଏହାପରେ ମାଲକାନଗିରି ରେଞ୍ଜରଙ୍କ ନେତୃତ୍ୱରେ ୧୫ ଜଣ  କର୍ମଚାରୀ ନାମକୋଣ୍ଡା ଗାଁକୁ ଯାଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପଚାରଉଚରା କରିବା ସମୟରେ ଗାଁର ୨୫ରୁ ଊର୍ଦ୍ଧ୍ୱ ଲୋକ ଠେଙ୍ଗା, ବାଡ଼ି,ଟାଙ୍ଗିଆରେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏପରିକି ଆକ୍ରମଣରେ ମହିଳାମାନେ ମଧ୍ୟ ସାମିଲ ଥିବା ଜଣାପଡ଼ିଛି।

ଏଥିରେ ମାଲକାନଗିରି ବନବିଭାଗ ରେଞ୍ଜର ବାସୁଦେବ ନାୟକ ସମେତ ୧୨ ଜଣ ଗୁରୁତର ହୋଇଛନ୍ତି। ଏନେଇ ମାଲକାନଗିରି ଥାନାରେ ଏତଲା ଦିଆଯାଇଛି। ଜିଲ୍ଲାର ସମସ୍ତ ବନକର୍ମଚାରୀ ପୁଲିସ୍‌ ଫୋର୍ସ ସହ ଉକ୍ତ ଗାଁକୁ ଯିବାପାଇଁ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି।

The post ବନ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ, ୧୨ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3othTqm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages