ଜୟପୁର: ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ୬ ଜଣ ମୃତ୍ୟୁବରଣ କରିଥିବା ବେଳେ ୩୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ରାଜସ୍ଥାନର ଜାଲୋର ଜିଲ୍ଲାରେ ଏହି ଅଘଟଣ ଘଟିଛି।
ପୁଲିସର ସୂଚନା ଅନୁଯାୟୀ ଶନିବାର ରାତିରେ ଏହି ଅଘଟଣ ଘଟିଥିଲା। ବସଟି ଆଜମେରର ବେଓ୍ୱାରରୁ ଜାଲୋର ଯାଉଥିଲା। ଏହି ସମୟରେ ଡ୍ରାଇଭର ଜଣଙ୍କ ରାସ୍ତା ଭୁଲି ଯାଇ ଏକ ଗାଁରେ ପଶି ଯାଇଥିଲା। ଏହି ସମୟରେ ବସଟି ରାସ୍ତାରେ ଝୁଲୁଥିବା ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସିଥିଲା। ତେଣୁ ଏହି ଦୁର୍ଘଟଣା ଘଟିଛି ବୋଲି ପୁଲିସ କହିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ବେଳେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
The post ବିଦ୍ୟୁତ ତାର ସଂଯୋଗରେ ଆସି ଯାତ୍ରୀବାହି ବସର ୬ ଯାତ୍ରୀ ମୃତ, ୩୦ ଆହତ appeared first on Odisha Reporter.
from Odisha Reporter https://ift.tt/39F05Dg
No comments:
Post a Comment