ଆଜି ଚାଉଳିଆଗଞ୍ଜ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 28, 2021

ଆଜି ଚାଉଳିଆଗଞ୍ଜ ବନ୍ଦ

କଟକ(ଓଡ଼ିଶା ରିପୋର୍ଟର): କଟକ ଓଏମ୍‌ପି ଛକସ୍ଥିତ ପୁଲିସ୍‌ କଲୋନୀକୁ ଖାଲି କରି ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ନେଇ ଚାଲିଥିବା ବିବାଦର ସମାଧାନ ହୋଇପାରୁନି। କେନ୍ଦ୍ରାଞ୍ଚଳ ଆରଡିସିଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଗତକାଲି କୌଣସି ନିଷ୍କର୍ସ ବାହାରି ପାରି ନ ଥିବା ବେଳେ ଆଜି ଚାଉଳିଆଗଞ୍ଜ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଫଳରେ ଆଜି ସକାଳୁ ଚାଉଳିଆଗଞ୍ଜର ସମସ୍ତ ଦୋକାନ, ବଜାର ବନ୍ଦ ରହିଛି।

ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। କିନ୍ତୁ କୌଣସି ସମାଧାନର ରାସ୍ତା ବାହାରି ନ ଥିଲା । ଫଳରେ ଆଜି ଚାଉଳିଆଗଞ୍ଜ ବନ୍ଦ ପାଳନ କରାଯାଉଛି ।

ଏସସିବି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ରାସ୍ତାର ସମ୍ପ୍ରସାରଣ ହେଉଥିବାରୁ ମାଲଗୋଦାମ ଓ ଛତ୍ରବଜାରରେ ରହିଥିବା ବସ୍ତି ଉଚ୍ଛେଦ ହେବ ।  ଓଏମପି ଛକରେ ରହିଥିବା ପୁଲିସ୍‌ କଲୋନୀକୁ ଖାଲି କରି ସେଠାରେ ଏହି ବସ୍ତି ବାସିନ୍ଦାଙ୍କୁ  ଥଇଥାନ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ । ଚାଉଳିଆଗଞ୍ଚ ଅଞ୍ଚଳ ବାସିନ୍ଦା ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ବନ୍ଦ ପାଳନ କରୁଛନ୍ତି

The post ଆଜି ଚାଉଳିଆଗଞ୍ଜ ବନ୍ଦ appeared first on Odisha Reporter.



from Odisha Reporter https://ift.tt/3ciU8yz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages